ଧରମ ଭଉଣୀଙ୍କୁ ଘରେ ରଖିଥିଲେ ସ୍ବାମୀ, ଥାନାର ଦ୍ବାରସ୍ଥ ହେଲେ ସ୍ତ୍ରୀ

ଧରମ ଭଉଣୀଙ୍କୁ ଘରେ ରଖିଥିଲେ ସ୍ବାମୀ, ଥାନାର ଦ୍ବାରସ୍ଥ ହେଲେ ସ୍ତ୍ରୀ

morbiupdate.com

ସମ୍ବଲପୁର: ରାକ୍ଷୀ ପୂର୍ଣ୍ଣିମା ଆସିନି, କିନ୍ତୁ ତା’ ପୂର୍ବରୁ ଏବେ ଜଣେ ଧରମ ଭାଇ ବ୍ୟସ୍ତବିବ୍ରତ ହେଲେଣି ! ମୋ ଭଉଣୀଙ୍କୁ ଦିଅ, ନହେଲେ ମୁଁ ବଞ୍ଚି ପାରିବିନି। ସେ ମୋ ଜୀବନ। ଜଣେ ବ୍ୟକ୍ତି  ସଖୀ ସେଣ୍ଟରକୁ ଆସି ଧରମ ଭଉଣୀକୁ ଘରକୁ ନେବାକୁ ଏପରି କହୁଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ଟାଉନ୍‌ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଣେ ଯୁବତୀଙ୍କୁ ଆଣି ପଚରାଉଚରା କରିଥିଲା। ଯୁବତୀଙ୍କୁ ମୁଦିପଡ଼ାର ଦେଉଳବନ୍ଧରେ ରହୁଥିବା ତାଙ୍କ ଧରମ ଭାଇ ରଖିଥିଲେ। ତେବେ ଧରମ ଭାଇଙ୍କ ଧର୍ମପତ୍ନୀ ଅଭିଯୋଗ କରିବା ପରେ ଯୁବତୀଙ୍କୁ ତାଙ୍କୁ ଘରୁ ଆଣି ‘ସଖୀ’ସେଣ୍ଟରରେ ଛଡ଼ା ଯାଇଥିଲା। ଯୁବତୀଙ୍କୁ କାଉନ୍‌ସିଲିଂ ବେଳେ ଅନେକ କଥା ବାହାରକୁ ଆସିଥିଲା।

ତାଙ୍କୁ ତାଙ୍କ ବାପା ଏକ ସର୍କସ୍‌ରେ କାମ କରିବାକୁ ଛାଡ଼ିଥିବା ବେଳେ ବଲାଙ୍ଗୀରରେ ଧରମ ଭାଇ ଦେଖା ହୋଇଥିଲେ। ଏତେ କମ୍‌ ‌ ବୟସରୁ ଯୁବତୀଙ୍କ ପ୍ରତିଭା ଦେଖି ପସନ୍ଦ କରିନେଇଥିଲେ ସେ। ତାପରେ ଜନ୍ମଦିନ ପାଳନ ଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବ ବି ପାଳନ କରିବା ଆରମ୍ଭ କରିଥିଲେ। ଭଉଣୀ ପାଇଁ କିଣାକିଣିରେ ସ୍ତ୍ରୀଙ୍କ ଏଟିଏମ୍‌ ବି ଖାଲି ହୋଇଗଲା। ଶେଷରେ ଘରେ ଆଣି ରଖିବାରୁ ସ୍ତ୍ରୀ ଆସି ଥାନାର ଦ୍ବାରସ୍ଥ ହୋଇଥିଲେ। ଯୁବତୀ ବର୍ତ୍ତମାନ ‘ସଖୀ’ ସେଣ୍ଟରରେ ଥିବା ଜାଣିବା ପରେ ଧରମ ଭାଇ ଜଣକ ସେଠାକୁ ଯାଇ ମୋ ଭଉଣୀକୁ ଫେରାଇ ଦିଅ, ତା ଭବିଷ୍ୟତ ଗଢ଼ିବି ବୋଲି ଅଡ଼ି ବସିଥିଲା। ତବେ କୌଣସି ସମ୍ପର୍କ ନଥିବାରୁ ଯୁବତୀଙ୍କୁ ହସ୍ତାନ୍ତର କରାଯାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe