ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ନିକଟ ଦୁର୍ଦ୍ଦୁରା ପଞ୍ଚାୟତ ହାଣ୍ଡିପୁହାଣ ଗ୍ରାମରେ ଭାଇଭଉଣୀ ନିଆଁ ପୋଇଁବା ବେଳେ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଶନିବାର ଭୋର୍ ସମୟରେ ସାଲଖାନ ମୁର୍ମୁ ଘର ପଛପଟେ ନିଆଁ ଜାଳି ପୋଇଁ ହେଉଥିଲେ। ତାଙ୍କ ପାଖରେ ନିଜର ୩ ବର୍ଷର ଝିଅ ସୁରୁ ମୁର୍ମୁ ଏବଂ ସାନଭାଇ ଅଶୋକ ମୁର୍ମୁଙ୍କ ୩ ବର୍ଷର ପୁଅ ଆଦାନ ମୁର୍ମୁ ଥିଲେ। କୌଣସି କାମରେ ସାଲଖାନ ସେଠାରୁ ଚାଲିଯାଇଥିଲେ। ଏହି ସମୟରେ ଉଭୟ ସୁରୁ ଓ ଆଦାନଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା।
ଉଭୟଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଆଜି ଉଭୟଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ ଆଦାନଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ପହଞ୍ଚିବା ପରେ ସୁରୁ ମଧ୍ୟ ଆଖି ବୁଜିଥିଲେ।
Follow Us