ଭାଇଭଉଣୀ ଝଗଡ଼ାରୁ ଗଲା ୨ ଜୀବନ: ମିଛିମିଛିକା ଫାଶୀରେ ଭାଇର ପ୍ରାଣ ଗଲା

Advertisment

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍‌ଟିବାହାଲ କ୍ୟାମ୍ପସ ଛକଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇଭଉଣୀ ଝଗଡ଼ାରେ ମିଛିମିଛିକା ଫାଶୀ ଖେଳରେ ଭାଇର ଜୀବନ ଯାଇଛି। ଅପରପକ୍ଷେ ପୁତ୍ରର ମୃତ୍ୟୁରେ ମର୍ମାହତ ବାପା ଆତ୍ମହତ୍ୟା କରିଛନ୍ତି।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍‌ଟିବାହାଲ କ୍ୟାମ୍ପସ ଛକଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇଭଉଣୀ ଝଗଡ଼ାରେ ମିଛିମିଛିକା ଫାଶୀ ଖେଳରେ ଭାଇର ଜୀବନ ଯାଇଛି। ଅପରପକ୍ଷେ ପୁତ୍ରର ମୃତ୍ୟୁରେ ମର୍ମାହତ ବାପା ଆତ୍ମହତ୍ୟା କରିଛନ୍ତି।

dead woman

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍‌ଟିବାହାଲ କ୍ୟାମ୍ପସ ଛକଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇଭଉଣୀ ଝଗଡ଼ାରେ ମିଛିମିଛିକା ଫାଶୀ ଖେଳରେ ଭାଇର ଜୀବନ ଯାଇଛି। ଅପରପକ୍ଷେ ପୁତ୍ରର ମୃତ୍ୟୁରେ ମର୍ମାହତ ବାପା ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବ୍ରଜରାଜନଗର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାନୁସାରେ, ଲମ୍‌ଟିବାହାଲ କ୍ୟାମ୍ପସ ଛକ ପାଖରେ ରହୁଥିବା ଝସକେତନ ସିଂହ(୪୦)ଙ୍କ ଝିଅ ଓ ପୁଅ ରୋହନ ସିଂହ(୧୪)ଙ୍କ ମଧ୍ୟରେ କୌଣସି କାରଣରୁ ବୁଧବାର ମଧ୍ୟାହ୍ନରେ ଝଗଡ଼ା ହୋଇଥିଲା। ଭଉଣୀକୁ ଡରାଇବାକୁ ଯାଇ ରୋହନ ତାଙ୍କ ଶୋଇବା ଘରେ ମା’ର ଶାଢ଼ିରେ ମିଛିମିଛିକା ଆତ୍ମହତ୍ୟା କରିବାର ଏକ ନାଟକ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅଭିନୟ ହିଁ ତାଙ୍କର ଜୀବନ ନେଲା। ଏହା ଦେଖି ରୋହନଙ୍କ ଭଉଣୀ ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ରୋହନଙ୍କୁ ନିକଟସ୍ଥ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଅର ମୃତ୍ୟୁକୁ ବାପା ଝସକେତନ ସିଂହ ସହି ନପାରି ଗତ ରାତି ୩ଟାରେ ମାନସିକ ଭାରସାମ୍ୟ ହରାଇ ନିଜ ଶୋଇବା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସକାଳ ୬ଟାରେ ପରିବାର ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ବ୍ରଜରାଜନଗର ଥାନା ପୁଲିସ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିଲା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍‌ଆଇ ସୁର୍ଜନ ପାନା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe