ପୋଖରୀ ପାଣିରେ ଖେଳୁ ଥିବା ବେଳେ ଖସିଗଲା ଗୋଡ଼, ଭାଇଭଉଣୀ ମୃତ

Advertisment
ପୋଖରୀ ପାଣିରେ ଖେଳୁ ଥିବା ବେଳେ ଖସିଗଲା ଗୋଡ଼, ଭାଇଭଉଣୀ ମୃତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଅଂଚଲା ପଂଚାୟତର ବିରାହାଣ୍ଡି ଗ୍ରାମରେ ଆଜି ଅପରାହ୍‌ଣରେ ପାଣିରେ ବୁଡ଼ି ସମ୍ପକୀୟ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଯୋଗେଶ୍ୱର ଅମୋନାତ୍ୟଙ୍କ ଝିଅ ନବିନା ଓ ସଦନ ଅମୋନାତ୍ୟଙ୍କ ପାଞ୍ଚ ବର୍ଷର ପୁଅ ରାମକୃଷ୍ଣ। ଉଭୟଙ୍କର ବୟସ ପାଖାପାଖି ୬ ବର୍ଷ ହେବ।

ପ୍ରାପ୍ତ ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ଆଜି ମଧ୍ୟ ଭାଇଭଉଣୀ ନିଜ ଘର ପାଖରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ପୋଖରୀରେ ପାଣି କମ୍‌ ଅଛି। ପୋଖରୀ ପାଣିରେ ଖେଳୁ ଥିବା ବେଳେ କୌଣସି କାରଣ ବଶତଃ ଗୋଡ଼ ଖସି ସେମାନେ ମଝିକୁ ଚାଲିଯାଇ ଥିଲେ। ଉକ୍ତ ଗର୍ତ୍ତରେ ଫସି ଯାଇଥିଲେ। ଦିନ ପ୍ରାୟ ସାଢ଼େ ବାରଟା ସମୟରେ ଘଟି ଥିଲେ ମଧ୍ୟ ପରିବାର ଲୋକେ କୌଣସି ଟେର ପାଇ ନ ଥିଲେ। ଦୀର୍ଘ ସମୟ ଧରି ସେମାନେ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହେଇଯାଇଥିଲା।

ପ୍ରାୟ ଦିନ ଗୋଟାଏ ବେଳେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ଦୁଇ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe