ସମ୍ପର୍କୀୟ ଭାଈଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ୪ ବାପ-ପୁଅ 

Advertisment

ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳ, ଭିଡ଼ିଓ ଭାଇରାଲ୍ 

ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳ, ଭିଡ଼ିଓ ଭାଇରାଲ୍ 

ସମ୍ପର୍କୀୟ ଭାଈଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ୪ ବାପ-ପୁଅ 

ରାଇଘର: ପୈତୃକ ଜମି ଭାଗବଣ୍ଟାକୁ ନେଇ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ବଚସା ହୋଇଛି। ଶେଷରେ ୪ ଜଣ ବାପ-ପୁଅ ମିଶି ସଂପର୍କୀୟ ଭାଇଙ୍କୁ ରାସ୍ତାରେ ଗୋଡେଇ ଗୋଡଇ ପିଟିବା ସହ ନିସ୍ତୁକ ମାଡ଼ ମାରିଛନ୍ତି।ଏହିି ଘଟଣାର ଏକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି। ନବରଂଗପୁର ଜିଲ୍ଲା ରାଇଘର ବ୍ଲକର କାଳୀସୁନ୍ଦରୀ ସାହିରେ ଏଭଳି ଘଟଣା ଘଟିଥିବା ବେଳେ ଏ ନେଇ ଥାନାରେ ପୃଥକ ପୃଥକ ଭବେ ମାମଲା ଋଜ୍ଜୁ ହୋଇଥିବା ଜଣାପଡିଛି।

publive-image

ସୂଚନା ଅନୁଯାୟୀ କାଳୀସୁନ୍ଦରୀ ସାହିର କ୍ଷେତ୍ରୀପାଲ ଖମାରି ଏବଂ ତାଙ୍କ ବଡ଼ ଭାଈ ଖେଦୁରାମ ଖମାରିଙ୍କ ପରିବାର ମଧ୍ୟରେ ପୈତୃକ ଜମିର ଭାଗବଣ୍ଟାକୁ ନେଇ କିଛି ବର୍ଷ ଧରି ମନ ମାଳିନ୍ୟ ଲାଗି ରହିଥିଲା। ବିଭିନ୍ନ ସମୟରେ ଉକ୍ତ ଜମିକୁ ନେଇ ଉଭୟ ପରିବାର ମୁହାଁମୁହିଁ ହୋଇ ଆସୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଅତର୍କିତ ଭାବେ କ୍ଷତ୍ରୀପାଲ ଖମାରି ଏବଂ ତାଙ୍କ ପୁଅ ବିଶୁ ଖମାରିଙ୍କୁ ଖେଦୁରାମ ଖମାରି ଏବଂ ତାଙ୍କ ୩ ଜଣ ପୁଅ ଅନନ୍ତ ଖମାରି, ଖିରୋଦ ଖମାରି ଓ ନମନ୍ତ ଖମାରି ଆକ୍ରମଣ କରିବା ସହିତ ମିଳିତ ଭାବେ ଘୋଷାଡ଼ି ଘୋଷାଡ଼ି ରାସ୍ତାକୁ ଟାଣି ନେଇ ନିର୍ଦ୍ଧୁମ ମାଡ଼ ମାରିଥିଲେ। ବିଶୁ ଖମାରିଙ୍କୁ ଅତ୍ୟଧିକ ବାଡେଇବାରୁ ତାଙ୍କ ଛାତି, ପିଠି ଏବଂ ହାତରେ ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ରାଇଘର ମେଡିକାଲ ଓ ପରେ ଉମରକୋଟ ମେଡିକାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ଏହି ଘଟଣାକୁ ନେଇ କ୍ଷେତ୍ରୀପାଲ ଏବଂ ବିଶୁ ରାଇଘର ଥାନାରେ ଅଭିଯୋଗ କରିଥିଲେ ହେଁ ଥାନା ଅଧିକାରୀ ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗଣ୍ଡଗୋଳ ସମୟର ଭିଡ଼ିଓ ଭାଇରାଲ୍ ହେବା ପରେ ପୁଲିସ ପକ୍ଷରୁ ଆଜି ତପ୍ତରତା ପ୍ରକାଶ ପାଇବା ସହିତ ଉଭୟଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛି। ଏ ନେଇ ରାଇଘର ଥାନାରେ ପୃଥକ ପୃଥକ ଭାବେ ମାମଲା ଋଜ୍ଜୁ ହୋଇଥିବା ସହ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe