କାର୍‌ ଓ ବାଇକ ଧକ୍କା: ଭାଇ ମୃତ, ଭଉଣୀ ଗୁରୁତର

କାର୍‌ ଓ ବାଇକ ଧକ୍କା: ଭାଇ ମୃତ, ଭଉଣୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନା ଗୌତମା ଛକରେ ଶୁକ୍ରବାର ସନ୍ଧ୍ୟାରେ କାର୍‌ ଓ ବାଇକ ମୁହାମୁହିଁ ଧକ୍କା ହୋଇଥିଲା। ବାଇକରେ ଥିବା ବରଗଡ଼ ଜିଲ୍ଲା ପାଇକମାଲ ଥାନା ଫଟାମୁଣ୍ଡା ଗାଁର ଗୋପାଳ ଗିରି (୫୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ କୁମୁଦିନୀ ଗୋସ୍ବାମୀ (୩୫) ଗୁରୁତର ହୋଇଛନ୍ତି।

ପୁଲିସ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଗୋପାଳ ଗିରି ଛତିଶଗଡ଼ ରାଜ୍ୟ କୋମାଖାନ ଥାନା ଛିବ୍ରା ଗାଁରୁ ଭଉଣୀ କୁମୁଦିନୀ ଗୋସ୍ବାମୀ (୩୫)ଙ୍କୁ ନେଇ ବାଇକରେ ନିଜ ଗାଁକୁ ଫେରୁଥିଲେ। ଖରିଆର ରୋଡ୍‌ ଗୌତମା ଛକଠାରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଛିଟିକି ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଗୋପାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଭଉଣୀ କୁମୁଦିନୀ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ କରୁଛି। ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜୋଙ୍କ ଥାନା ଅଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe