ଦିଅର, ଭାଉଜଙ୍କ ଆତ୍ମହତ୍ୟା

Advertisment
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ତରବୋଡ଼: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଶିପଲା ଗାଁରେ ୧୨ ଘଣ୍ଟା ବ୍ୟବଧାନରେ ଦିଅର ଭାଉଜ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କାଶିପଲା ତଳପଡ଼ାର ସୁଷମା ଶବର (୪୦ବର୍ଷ) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅନ୍ୟପକ୍ଷରେ ବୁଧବାର ସକାଳେ ସେହିପଡ଼ାର ମୃତ ମହିଳାଙ୍କ ସଂପର୍କୀୟ ଦିଅର ଦିବାକର ଶବର(୨୫ବର୍ଷ) ମଧ୍ୟ ନିଜ ଘରେ ରଶିଲଗାଇ ଆତ୍ମହତ୍ୟା କରିଥିଲେ। ଗ୍ରାମବାସୀ ତରବୋଡ଼ ପୁଲିସକୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଲାନ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଦୁଇଜଣ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି। ଅଧିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe