କରଜ ଟଙ୍କା ନଶୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ଦେଡ଼ଶୁର

Advertisment
କରଜ ଟଙ୍କା ନଶୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ଦେଡ଼ଶୁର

Telegraph India

ରାଇରଙ୍ଗପୁର: କରଜ ଟଙ୍କାକୁ କେନ୍ଦ୍ର କରି ଘଟିଛି ହତ୍ୟାକାଣ୍ଡ । ସାମାନ୍ୟ କରଜ କରିଥିବା ଟଙ୍କା ନଶୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ଦେଡ଼ଶୁର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଝାଟିସିରିଙ୍ଗ ଗ୍ରାମରେ । ମୃତ ମହିଳା ଜଣକ ସେହି ଗ୍ରାମର ନନ୍ଦୀନି ଗୁଇୟା(୩୦) ବୋଲି ଜଣାପଡିଛି। ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଦେଡ଼ଶୁରକୁ ଗିରଫ କରିଛି ପୁଲିସ।

ସୂଚନା ଅନୁଯାୟୀ, ନନ୍ଦିନୀର ସ୍ବାମୀ ତାଙ୍କ ବଡ଼ଭାଇ ପାଖରୁ ଏକ ଲକ୍ଷ ଟଙ୍କା ହାତ ଉଧାର ନେଇଥିଲେ କିନ୍ତୁ ଦୀର୍ଘଦିନ ପରେ ମଧ୍ୟ ଧାର ଟଙ୍କା ପରିଶୋଧ କରି ପାରି ନଥିଲେ। ଏହାକୁ ନେଇ ଦୁଇଭାଇ ମଧ୍ୟରେ ପ୍ରାୟ ପାଟିତୁଣ୍ଡ ହେଉଥିଲା। ଗତକାଲି ନନ୍ଦିନୀର ସ୍ବାମୀ କାମକୁ ଯାଇଥିଲା ବେଳେ ନନ୍ଦିନୀ ଏକୁଟିଆ ଘରେ ଶୋଇଥିବା ଦେଖି ଦେଡ଼ଶୁର ବାଉଁଶ ଠେଙ୍ଗାରେ ପିଟିପିଟି ମାରିଦେଇଥିଲା ବୋଲି କୁହାଯାଉଛି । ନନ୍ଦିନୀର ସ୍ବାମୀ କାମରୁ ଫେରି ନନ୍ଦିନୀକୁ ମୃତ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ବାଦାମପାହାଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଦେଡ଼ଶୁର ସାଗର ଗୁଇୟାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ବାଦାମପାହାଡ ଥାନାରେ କେସ ନଂ ୨୯/୨୧ରେ ଏକ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ ରଂଜନ ସେଠୀ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe