ଭାଉଜକୁ ଭୁଜାଲିରେ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ଦିଅର

Advertisment
ଭାଉଜକୁ ଭୁଜାଲିରେ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ଦିଅର

କଣ୍ଟାମାଳ: ଭାଉଜକୁ ଭୁଜାଲିରେ ହତ୍ୟାକରି ଦିଅର ଥାନାରେ ଆତ୍ମସମର୍ପଣ କରିଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ମନମୁଣ୍ଡା ଇଲେକ୍ଟ୍ରିକ୍‌ ଅଫିସ ନିକଟରେ ମଙ୍ଗଳବାର ଏହି ହତ୍ୟାକାଣ୍ଡ ହୋଇଛି। ମୃତ ମହିଳା ହେଲେ ଧ୍ରୁବଚରଣ ସାହୁଙ୍କ ପତ୍ନୀ ଶୋଭାଗିନୀ। ଅଭିଯୁକ୍ତ ଦିଅର ବଲ୍ଲଭ ସାହୁ ଥାନାରେ ଆତ୍ମସମର୍ପଣ କରିଛି।

ସୂଚନା ଅନୁସାରେ କଥାକୁ ନେଇ ମନମୁଣ୍ଡା ଇଲେକ୍ଟ୍ରିକ ଅଫିସ ନିକଟରେ ରହୁଥିବା ଧ୍ରୁବ ଚରଣ ସାହୁଙ୍କ ପତ୍ନୀ ଶୋଭାଗିନୀ ସାହୁ ଓ ତାଙ୍କ ଦିଅର ବଲ୍ଲଭ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଭାଉଜଙ୍କ ଅସଭ୍ୟ ଭାଷାରେ ଗାଳି ଗୁଲଜ ଶୁଣି ଉତ୍‌କ୍ଷୀପ୍ତ ହୋଇ ଦିଅର ବଲ୍ଲଭ ଘରୁ ଏକ ଭୁଡାଲି ଆଣି  ଭାଉଜକୁ ଚୋଟ ପରେ ଚୋଟ ମାରି ହତ୍ୟା କରିବା ପରେ ଥାନାକୁ ଯାଇ ଆତ୍ମସମର୍ପପ କରିଥିବା ଜଣାପଡିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ମଧ୍ୟରେ ହତ୍ୟାକାଣ୍ଡର ପ୍ରକ୍ରୁତ ରହସ୍ୟ ଉନ୍ମୋଚନ ହେବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe