ନଦୀରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ

Advertisment
ନଦୀରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ

ନୟାଗଡ଼: ନଦୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ। ଏଭଳି ଅଘଟଣ ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଦେଖିବାକୁ ମିଳିଛି। ସେ ଗାଁର ଦ୍ୟୁତିକୃଷ୍ଣ ସେଠୀଙ୍କ ପୁଅ ଝିଅ ଓ ଗାଁ ଅନ୍ୟ ଜଣଙ୍କ ନାବାଳକ ପୁଅଙ୍କ ସହ ମିଶି ନିକଟସ୍ଥ କୁସୁମୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ନଦୀ ମଧ୍ୟ୍ୟ ଗାତରେ ଭାଇ ଭଉଣୀ ବୁଡ଼ି ଯାଇଥିଲେ।

ସାଙ୍ଗରେ ଥିବାନାବାଳକ ପାଟିକରି ଡାକିଥିଲା। ସଂଗେସଂଗେ ଗ୍ରାମବାସୀ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଇଟାମାଟି ଥାନା ପୁଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe