ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ବଜାରରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାଉଁଶୁଣି ଗ୍ରାମର ଦୁଇ ଭାଇ ଭଉଣୀ ୫୭ ନମ୍ବର ଜାତୀୟ ରାଜପଥ ଉପରେ ବସି ରହି ରାସ୍ତା ଅବରୋଧ କରିଥିଲେ। ପ୍ରାୟ ୧୫ ମିନିଟ ଧରି ରାସ୍ତା ଅବରୋଧ ହେବା ଫଳରେ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିଲା। ଖବର ପାଇ ବାଉଁଶୁଣି ପୁଲିସ ଆସି ସେମାନଙ୍କୁ ବୁଝାସୁଝା କରି ରାସ୍ତା ଉପରୁ ଉଠାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଏନେଇ ପୁଲିସକୁ ଯୋଗାଯୋଗ କରାଯିବାରୁ ଦୁଇ ପରିବାର ମଧ୍ୟରେ ପୂର୍ବ ବିବାଦ ରହିଥିବା ଯୋଗୁଁ ଗଣ୍ଡଗୋଳ ଘଟିବା କାରଣରୁ ରାସ୍ତା ଅବରୋଧ କରିଥିଲେ। ଏନେଇ ଉଭୟ ପକ୍ଷରୁ ଦିଆଯାଇଥିବା ୨ଟି ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ କହିଛନ୍ତି।
ଭାଇ ଭଉଣୀଙ୍କ ରାଜପଥ ଅବରୋଧ
Advertisment
Follow Us