ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇର ମୃତ୍ୟୁ

୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଚେୟ‌ାରରେ ଟଳିପଡ଼ିଲେ ଶତାୟୁ

image source--new indian express

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପରମାନନ୍ଦପୁର ଗାଁରେ ଶନିବାର ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିବା ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇର ମୃତ୍ୟୁ ହୋଇଛି। ଘଟଣାରେ ୩ ଜଣ ଗୁରୁତର ହୋଇ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଶନିବାର ପରମାନନ୍ଦପୁର ଗାଁରେ ଗୁଡ଼ି ବୈଶାଲ (୨୦ ବର୍ଷ) ସକାଳୁ ଗାଧୋଇବା ପରେ ଲୁଗା ଶୁଖାଉଥିଲେ। ଏହି ସମୟରେ ଛାତ ଉପରେ ଯାଇଥିବା ସର୍ଭିସ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ କାକା ପୁଅ ଭୋଜରାଜ ବୈଶାଲ (୨୨ ବର୍ଷ) ଓ ଗୁଡ଼ିଙ୍କ ବାପା ଖଗେଶ୍ବର ବୈଶାଲ (୫୫ ବର୍ଷ), ନିଜ ଭାଇ ବଣ୍ଟି ବୈଶାଲ (୧୮ ବର୍ଷ) ଚେଷ୍ଟା କରିଥିଲେ। ଏହି ସମୟରେ ଘର ମଧ୍ୟକୁ ଯାଇଥିବା ସର୍ଭିସ୍‌ ତାରଟି ଛିଣ୍ଡି ପଡ଼ିଥିଲା। ପରିବାର ଲୋକେ ୪ଜଣ ଗୁରୁତରଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଭୋଜରାଜ ବୈଶାଲଙ୍କ ମୃତ୍ୟୁ ହୋଇଛି। ଖବର ପାଇ ସଦର ଥାନା ପୁଲିସ୍‌ ଏଏସ୍‌ଆଇ ରାଜେଶ ଅଗସ୍ତି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe