ମାଛ ପେଟରେ ଧଳା ଜହର! : ବାଲେଶ୍ବରରୁ ବାଂଲାଦେଶ ଲମ୍ବିଛି ଚେର, ସମୁଦ୍ର ଭିତରେ ଚାଲିଛି ବ୍ରା‌ଉନସୁଗାର କାରବାର

Advertisment

ଉପକୂଳ ସୁରକ୍ଷା ଢିିଲା, ସାମୁଦ୍ରିକ ଥାନା ନିଷ୍କ୍ରିୟ

ଉପକୂଳ ସୁରକ୍ଷା ଢିିଲା, ସାମୁଦ୍ରିକ ଥାନା ନିଷ୍କ୍ରିୟ

ମାଛ ପେଟରେ ଧଳା ଜହର! : ବାଲେଶ୍ବରରୁ ବାଂଲାଦେଶ ଲମ୍ବିଛି ଚେର, ସମୁଦ୍ର ଭିତରେ ଚାଲିଛି ବ୍ରା‌ଉନସୁଗାର କାରବାର

ବାଲେଶ୍ବର : ବାଲେଶ୍ବର ପାଲଟିଛି ବ୍ରାଉନସୁଗାର କ‌ାରବାରର ପେଣ୍ଠସ୍ଥଳ। କିଛି ବର୍ଷ ହେବ ବାଲେଶ୍ବରରୁ ଗୋଟିଏ ପରେ ଗୋଟିଏ ବ୍ରାଉନ୍‌ସୁଗାର କାରକାର ଘଟଣା ସାମ୍ନାକୁ ଆସୁଛି। ତେବେ ତିନି ଦିନ ତଳେ ଯେଉଁ ପରିମାଣରେ ଏହି ଧଳା ଜହର ଜବତ ହେଲା, ତାହା ସମସ୍ତଙ୍କ ହୋସ୍‌ ଉଡ଼ାଇଦେଇଛି। ଏହି ଘଟଣାରେ ଧରାପଡ଼ିଥିବା ବ୍ୟକ୍ତିମାନେ ମାଛ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ମାଛ ପେଟରେ ଧଳାଜହର ଚାଲାଣ ନେଇ ଚାଲିଥିବା ଅଭିନବ କୌଶଳର ରହସ୍ୟ ଧୀରେ ଧୀରେ ଫିଟୁଛି।

ଗତ ୧୮ ତାରିଖ ଦିନ ବ୍ରାଉନ୍‌ସୁଗାର ଚାଲାଣ ଖବର ପାଇ ବାଲେଶ୍ବର ଅରଡ଼ବଜାର-ଫୁଲାଡ଼ି ରାସ୍ତାର ପଚାଛକ ନିକଟରେ ଓଡି-୦୧-ଡବ୍ଲୁ-୭୯୯୫ ନମ୍ବରର ଏକ କାର୍‌କୁ ପୁଲସ ସଂଦେହରେ ଅଟକାଇଥିଲା। ତେବେ କାର୍‌ରେ ଥିବା ଅରଡ଼ବଜାର ମସ୍‌ଜିଦ ଗଳିର ଶେଖ୍‌ ରାଜୁ (୩୦), ଶେଖ୍‌ ହୁସେନ୍‌ (୨୩), ଶେଖ୍‌ ଜାମସେଦ୍‌ ଅଲ୍ଲୀ (୫୦) ଓ ଜଳେଶ୍ବର ଥାନା ଅଧୀନ ରାଜପୁରା ଅଞ୍ଚଳର ସେଖ୍‌ ମକ୍‌ସଦ (୩୫) ଧରାପଡ଼ିବା ସହ ସେମାନଙ୍କଠାରୁ ଦେଢ଼କେଜି ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଯାହାର ମୂଲ୍ୟ ପାଖାପାଖି କୋଟିଏ ୬୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଥିଲା। ଏହି ବ୍ରାଉନ୍‌ସୁଗାର କାରବାରରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତ ମାଛ କାରବାର କରୁଥିବା ବେଳେ ଏହାକୁ ଆଳ କରି ନିଶା ବେପାର ଚଳାଇଥିବା ସ୍ପ‌ଷ୍ଟ ହେଉଛି। ଏହି କାରବାରର ଚେର ବାଲେଶ୍ବର ମାଛ ମାର୍କେଟ୍‌ରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି।

publive-image

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ; ବାଲେଶ୍ବର ଉପକୂଳରେ ଥିବା ବିଭିନ୍ନ ଜେଟିରୁ ମାଛ ମାରିବା ପାଇଁ ଶହ ଶହ ବୋଟ୍‌ ସମୁଦ୍ର ମଧ୍ୟକୁ ଯାଉଛନ୍ତି। ମତ୍ସ୍ୟଜୀବୀମାନଙ୍କ ସହ ବାଂଲାଦେଶ ଓ ପଶ୍ଚିମବଙ୍ଗ ବ୍ରାଉନ୍‌ସୁଗାର ବ୍ୟବସାୟୀମାନେ କୌଣସି ଉପାୟରେ ସଂପର୍କ ରଖୁଛନ୍ତି। ଏପରି ସମୟରେ ‌ଧଳାଜହରର ନେଣଦେଣ ସମୁଦ୍ରରେ ହିଁ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଲା; ସଂପୃକ୍ତ ବୋଟ୍‌ରେ ମତ୍ସ୍ୟଜୀବୀଙ୍କ ସହ ଏମିତି କିଛି ଲୋକ ମଧ୍ୟ ରହୁଛନ୍ତି, ଯେଉଁମାନେ ଏ‌ହି ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛନ୍ତି। ବୋଟ୍‌ କୂଳକୁ ଆସିବା ଆଗରୁ ବ୍ରାଉନ୍‌ସୁଗାର ମାଛ ପେଟରେ ସିଲ୍‌ ହୋଇଯାଉଛି। ପରେ ଏହା ବ୍ୟବସାୟୀ ମାଧ୍ୟମରେ ବଜାରରେ ପହଂଚୁଛି। ଉପକୂଳ ସୁରକ୍ଷାରେ ଢିଲା ଓ ସାମୁଦ୍ରିକ ଥାନାର ନିଷ୍କ୍ରିୟତା ଏଭଳି ବେଆଇନ କାମକୁ ସୁହାଉଥିବା ବେଳେ ନିର୍ଦିଷ୍ଟ କିଛି ଲୋକ ମୁହାଣରୁ ମାଛ ଆଣି ମାର୍କେଟ୍‌ରେ ବିକୁଥିବା ବ୍ୟବସାୟୀମାନଙ୍କ ପାଖରେ ପହଂଚା ଇେଦଉଛନ୍ତି। ପରେ ସେଠାରୁ ଖୁଚୁରା ବେପାର ଆରମ୍ଭ ହୋଇଯାଉଛି। ମାର୍କେଟ୍‌ର ବ୍ୟବସାୟୀ ଅର୍ଡର ଅନୁସାରେ ମାଛ ବିକିବା ବାହାନା କରି ଗ୍ରାହକଙ୍କ ପାଖରେ ବ୍ରାଉନ୍‌ସୁଗାର ନେଇ ହାଜର ହୋଇଯାଉଛନ୍ତି। ହେଲେ ପୁଲିସ ଏହି କୌଶଳର କିଛି ବି ଟେର୍‌ ପାଉନାହିଁ।

ଉଲ୍ଲେଖଯୋଗ୍ୟ; ବସ୍ତା ଥାନା ଅଧୀନ ହଳଦୀପଦା ପଞ୍ଚାୟତ ସିଙ୍ଗାରପୁର ଗ୍ରାମ ସେଖ୍‌ ଜଲ୍ଲାଲ୍‌ଉଦ୍ଦିନ (୬୦) ନାମକ ଜଣେ ନିଶା ବେପାରୀ ଗତ ଜାନୁଆରି ୨୪ ତାରିଖ ଦିନ ଧରାପଡ଼ିଥିଲେ। ପଚରାଉଚରା ସମୟରେ ସେ ବ୍ରାଉନ୍‌ସୁଗାର ‌କଷାଫଳ ମୁହାଣରେ ମାଛ ବେପାରୀଙ୍କୁ ‌ଦେଉଥିବା ପ୍ରକାଶ କରିଥିଲେ। ତେଣୁ ମାଛ ପେଟରେ ଧଳା ଜହର ଚାଲାଣ ନେଇ ମିଳିଥିବା ସୂଚନା ଯେ ସତ, ଏହା ତାହାକୁ ପ୍ରମାଣିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe