୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, କିଙ୍ଗ୍‌ପିନ୍‌ ଗିରଫ

Advertisment
୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, କିଙ୍ଗ୍‌ପିନ୍‌ ଗିରଫ

ପୁରୀ: ଚନ୍ଦନପୁର ପୁଲିସ ଆଜି ପ୍ରାୟ ୧୦ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ବ୍ରାଉନ୍‌ ସୁଗାର କାରବାର ସହିତ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଭୀମସେନ ପ୍ରଧାନ (୨୬)।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁରୀ ସଦର ଏସଡ଼ିପିଓ କିଶୋର ଚନ୍ଦ୍ର ମୁଣ୍ଡ, ଚନ୍ଦନପୁର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ବେହେରା ଏସଆଇ ଶୁଭ୍ରାନ୍ତ କୁମାର ପଣ୍ଡା ଓ ଚନ୍ଦନପୁର ଥାନାର ଅନ୍ୟ କର୍ମଚାରୀ ଚଢଉ କରି ପୁରୀକୁ ବ୍ରାଉନ ସୁଗାର ଯୋଗାଣ କରୁଥିବା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଆଳିପୁଟ ଗାଁର ଭାଗୀରଥୀ ପ୍ରଧାନଙ୍କ ପୁଅ ଭୀମସେନ ପ୍ରଧାନକୁ ବୀରନରସିଂପୁର ଛକ (ଜଗନ୍ନାଥ ସଡକ) ଠାରୁ ଗିରଫ କରାଯାଇଛି। ଭୀମସେନ ନିକଟରୁ ୧୧୦ ଗ୍ରାମର ବ୍ରାଉନ ସୁଗାର ଓ ନଗଦ ୫୧୫୦  ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ ଏକ ବାଇକ୍‌ ଜବତ କରାଯାଇଛି । ଏ ସଂକ୍ରାନ୍ତ ରେ ଚନ୍ଦନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ପୁରୀ ଜିଲ୍ଲାରେ ବ୍ରାଉନସୁଗର କାରବାରକୁ ମୂଳପୋଛ କରିବା ପାଇଁ ପୁରୀ ଏସ୍‌ପି କେଭି ସିଂହଙ୍କ ନିର୍ଦେଶରେ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ତତ୍ବାବଧାନରେ ପୁରୀ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ଓ ନିକଟ ଅତୀତରେ ପୁରୀ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe