କୁଖ୍ୟାତ ବ୍ରାଉନ୍‌ସୁଗାର ମାଫିଆ ସେକ୍ ଏଖଲାକ ଅଲ୍ଲୀ ଗିରଫ

Advertisment
କୁଖ୍ୟାତ ବ୍ରାଉନ୍‌ସୁଗାର ମାଫିଆ ସେକ୍ ଏଖଲାକ ଅଲ୍ଲୀ ଗିରଫ

ଜଳେଶ୍ବର : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ରାଉନ୍‌ସୁଗାରର ଚେର ଲମ୍ବାଇଥିବା କୁଖ୍ୟାତ ନିଶା ମାଫିଆ ସେକ୍‌ ଏଖଲାକ ଅଲ୍ଲୀକୁ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜଳେଶ୍ବର ଗ୍ୟାରେଜ୍ ବଜାର ଅଞ୍ଚଳରୁ ଗିରଫ କରିଛି ପୁଲିସ।

ଦେଢ଼ବର୍ଷ ତଳେ ଏଖଲାକର ଘରେ ଏସ୍‌ଟିଏଫ ଓ ଜଳେଶ୍ବର ପୁଲିସ ଚଢ଼ଉ କରି ବିପୁଳ ପରିମାଣରେ ବ୍ରାଉନ୍‌ସୁଗାର ଜବତ କରିଥିବା ବେଳେ ସେହିଦିନଠାରୁ ଏଖଲାକ ଫେରାର ଥିଲା। ତାକୁ ଧରିବା ପାଇଁ ଏକାଧିକ ଥର ଉଦ୍ୟମ କରାଯାଉଥିଲା। ମାତ୍ର, ପୁଲିସକୁ ଚକ୍‌ମା ଦେଇ ସେ ଖସି ଯାଉଥିଲା। ଆଜି ଏକଲାକ୍‌ ଗ୍ୟାରେଜ ବଜାର ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଦୋକାନ ନିକଟରେ ଥିବା ନେଇ ଜଳେଶ୍ବର ଥାନାକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ତେବେ ପୁଲିସକୁ ଦେଖି ଏଖଲାକ ଖସିଯିବାକୁ ଉଦ୍ୟମ କରିବା ବେଳେ ପୁଲିସର ସ୍ବତନ୍ତ୍ର ଟିମ୍‌ ତାକୁ ମାଡ଼ି ବସିଥିଲେ। ଏଖଲାକର ଘର ଜଳେଶ୍ବର ପୌରାଞ୍ଚଳ ଅନ୍ତର୍ଗତ ଝାଡ଼େଶ୍ବରପୁରରେ। ତା ନାଁରେ ପୁଲିସ ଓ ଏସ୍‌ଟିଏଫ୍‌ରେ ଏକାଧିକ ମାମଲା ରହିଛି।

ଉଲ୍ଲେଖଯୋଗ୍ୟ ଯେ ପାନ ଦୋକାନରୁ କପଡ଼ା ବ୍ୟବସାୟ ଆରମ୍ଭ କରିଥିବା ଏଖଲାକ ବ୍ରାଉନସୁଗାର ବେପାରରୁ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe