ବ୍ରାଉନ୍‌ସୁଗାର କାରବାର: ବାପାମା’, ପୁଅ ଗିରଫ

ଟ୍ରାଫିକ୍‌ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

new indian express

ଢେଙ୍କାନାଳ : ଢେଙ୍କାନାଳ ସହର ବାଜିଚୌକ ନିକଟ ହାଉସିଂବୋର୍ଡ ଅଂଚଳରେ ଗତକାଲି ଟାଉନ ଥାନା ପୁଲିସ ଚଢଉ କରି ଗୋଟିଏ ଘରୁ ୧୩ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ୍ ସୁଗାର ଜବତ କରିଛି। ଏହି ଘଟଣା‌ରେ ବାପା, ମାଆ ଓ ପୁଅଙ୍କୁ ଗିରଫ କରାଯାଇଛି। ଗତକାଲି ସକାଳେ ଟାଉନ୍ ଥାନା ଅଧିକାରୀ ନମିତା ନାୟକ ମାଜିଷ୍ଟ୍ରେଟ୍‌ଙ୍କ ସହ ହାଉସିଂବୋର୍ଡ ଅଂଚଳରେ ଅତର୍କିତ ଚଢ଼ଉ କରିଥିଲେ। ସେଠାରୁ ୧୩.୭୩ ଗ୍ରାମ୍‌ ବ୍ରାଉନ୍ ସୁଗାର, ଗୋଟିଏ ଆଲୁମିନିୟମ୍ ଫଏଲ୍ ରୋଲ୍, ଗୋଟେ ଡିଜିଟାଲ୍ ଓଜନ ମେସିନ୍ ଜବତ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ସଂପୃକ୍ତ ପରିବାରର ବାପା, ମାଆ ଏବଂ ପୁଅକୁ ଗିରଫ କରାଯାଇଛି। ଦୀର୍ଘଦିନ ହେଲା ସେମାନେ ଏହି କାରବାର ଚଳାଇଥିବା ତଦନ୍ତ କାଳରେ ଜଣାପଡ଼ିଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ସେମାନଙ୍କ ନାମ ଦେବାକୁ ମନା କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe