ଆଠଗଡ଼ ହୋଟେଲ୍‌ରେ ଏସ୍‌ଟିଏଫ୍‌ ଚଢ଼ାଉ: ବ୍ରାଉନ୍‌ସୁଗାର୍‌ ଜବତ, ୨ ଅଟକ

Advertisment
୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

ଆଠଗଡ଼ : ଆଠଗଡ଼ ଥାନା ରାଧାପତିପୁରସ୍ଥିତ ଏକ ହୋଟେଲ୍‌ ଉପରେ ଶନିବାର ଭୁବନେଶ୍ବରର ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ଚଢ଼ାଉ କରି ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଏହି ଘଟଣାରେ ଏସ୍‌ଟିଏଫ୍‌ ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

ସୂଚନା ମୁତାବକ, ଆଠଗଡ଼ ରାଧାପତିପୁରସ୍ଥିତ ଏକ ହୋଟେଲ୍‌ରେ ବ୍ରାଉନ୍‌ସୁଗାର କାରବାର ଚାଲିଥିବା ଖବର ମିଳିବା ପରେ ଭୁବନେଶ୍ବରରୁ ଏସ୍‌ଟିଏଫ୍‌ର ଜଣେ ଇନ୍ସପେକ୍ଟରଙ୍କ ସମେତ ୫ଜଣିଆ ଦଳ ଆଜି ସନ୍ଧ୍ୟାରେ ଚଢ଼ାଉ କରିଥିଲେ। ଉକ୍ତ ହୋଟେଲ୍‌ରୁ ବ୍ରାଉନ୍‌ସୁଗାର ଜବତ କରାଯିବା ସହିତ ହୋଟେଲ୍‌ ମାଲିକ ଓ ସହଯୋଗୀଙ୍କୁ ଧରି ଥାନାକୁ ଅଣା ଯାଇଥିଲା। ରାତି ପ୍ରାୟ ୧୨ଟା ସୁଦ୍ଧା ଏସ୍‌ଟିଏଫ୍‌ ଟିମ୍‌ ଥାନାରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ ଅଭିଯୋଗ କରାଯାଇ ନ ଥିବା ଏବଂ ଜବତ ବ୍ରାଉନ୍‌ସୁଗାର ଓ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ଥାନା ଆଇଆଇସି ଜ୍ଞାନରଂଜନ ମିଶ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ ଏସ୍‌ଟିଏଫ୍‌ ଟିମ୍‌ ୧୭୫ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ କରିଥିବା ଏବଂ ଏହାର ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe