୩୦ ଗ୍ରାମ୍‌ ବ୍ରାଉନ ସୁଗାର ଜବତ

୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରୁ ଗୁରୁବାର ଦିନ ୩୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାର କରୁଥିବା ଏହି ଥାନା ଅନ୍ତର୍ଗତ ଡୋଲିପୁର ଅଞ୍ଚଳର ସରୋଜ ପାତ୍ରକୁ ଗିରଫ କରାଯାଇଛି।

ସୂଚନା ମୁତାବକ, ବ୍ୟାସନଗର ସହରରେ ବ୍ରାଉନସୁଗାର ବେପାର ଚାଲିଥିବା ଖବର ପାଇଁ ଯାଜପୁର ଜିଲ୍ଲାପାଳ ଜିଲ୍ଲା ଅବକାରୀ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶରେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନା ବ୍ୟାସନଗର ଡାକବଙ୍ଗଳା ଛକରେ ଚଢ଼ଉ କରିଥିଲେ। ରାସ୍ତା କଡ଼ରେ ବ୍ରାଉନସୁଗାର ବିକୁଥିବା ସରୋଜକୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତର କୋଭିଡ ଟେଷ୍ଟ ପରେ କେସ୍‌ ନମ୍ବର ୪୭/୨୩ରେ ମାମଲା ରୁଜୁକରି ତାକୁ କୋର୍ଟଚାଲାଣ କରାଯାଇଛି। ଚଢ଼ଉରେ ଜିଲ୍ଲା ମୋବାଇଲ୍‌ ସ୍କ୍ବାଡ୍‌ ଇନିସପେକ୍ଟର ସମୀର କୁମାର ମହାନ୍ତି, ଡୋଲିପୁର ଅବକାରୀ ବିଭାଗ ଏସ୍‌ଆଇ ଶ୍ରୀକାନ୍ତ ପଣ୍ଡା, ବିଭୁ ପ୍ରସାଦ ସାହୁ, କ୍ଷୀରୋଦ କୁମାର ସାହୁ ଓ କର୍ମଚାରୀ ସତ୍ୟବାଦୀ ଭୋଇ, ବିକ୍ରମ ବେହେରା ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe