ବ୍ରାଉନସୁଗାର ଜବତ, ୩ ଗିରଫ; ଜବତ କାର୍‌ରେ ଲେଖାଯାଇଛି ଭାରତ ସରକାର

Advertisment

ପିପିଲି ଉପନିର୍ବାଚନ ଦୃଷ୍ଟିରୁ ପୁଲିସକୁ ଭ୍ରମିତ କରିବାକୁ ଉଦ୍ୟମ

ପିପିଲି ଉପନିର୍ବାଚନ ଦୃଷ୍ଟିରୁ ପୁଲିସକୁ ଭ୍ରମିତ କରିବାକୁ ଉଦ୍ୟମ

ବ୍ରାଉନସୁଗାର ଜବତ, ୩ ଗିରଫ; ଜବତ କାର୍‌ରେ ଲେଖାଯାଇଛି ଭାରତ ସରକାର

ପୁରୀ : କାର୍‌ ନମ୍ବର ପ୍ଲେଟ୍‌ରେ ଲେଖାଥିଲା ଭାରତ ସରକାରଙ୍କ ୟୁଟି ବିଭାଗ। ଏହି କାର୍‌କୁ ପୁଣି ବ୍ୟବହାର କରାଯାଉଥିଲା ବ୍ରାଉନ୍‌ସୁଗାର୍‌ ଧନ୍ଦାରେ। ଭୁବନେଶ୍ବରର ଇନ୍‌ଫୋସିଟିରେ ରହୁଥିବା ୩ ଜଣ ବ୍ରାଉନ୍‌ସୁଗାର୍‌ ବେପାରୀ ଏହି କାର୍‌ରେ ବ୍ରାଉନ୍‌ସୁଗାର୍‌ ନେଇ ପୁରୀକୁ ଯୋଗାଣ କରିବାକୁ ଆସିଥିବା ବେଳେ ସଦର ଥାନା ପୁଲିସ ହାତରେ ଧରାପଡ଼ିଛନ୍ତି।

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିରକୁମାର ପଣ୍ଡା କହିଛନ୍ତି ଯେ ଏନେଇ ସଦର ଥାନାରେ ୩୫୩/୨୧ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ସଦର ଥାନା ପୁଲିସ ଭୁବନେଶ୍ବର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ରହୁଥିବା ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧରପୁରର ଦେବ ପ୍ରସାଦ ମିଶ୍ର(୩୪), ପଟିଆର ଶିଖରଚଣ୍ଡି ନଗରରେ ରହୁଥିବା ସେକ୍‌ କରିମ ଉଲ୍ଲାହ(୩୮) ଓ ଶିଖରଚଣ୍ଡି ନଗରରେ ରହୁଥିବା ନୟାଗଡ଼ ଥାନା ଅନ୍ତର୍ଗତ ସିନ୍ଦୁରିଆ ଗାଁର ସେକ୍‌ ଅନୁକୁ ଗିରଫ କରିଛି। ଏହି ୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ ହେଉଛି ପିପିଲି ନିର୍ବାଚନ ସମୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଥିବା ଅନୁମାନ କରି ପୁଲିସ୍‌କୁ ଭ୍ରମିତ କରିବା ପାଇଁ କରିମ୍‌ ଭାରତ ସରକାର ଲେଖାଥିବା କାର୍‌ ବ୍ୟବହାର କରିବାପାଇଁ ଦେବ ମିଶ୍ର ସହିତ ଯୋଗାଯୋଗ କରିଥିଲା। ଆଜି କରିମ୍‌ ଓ ଦେବ ମିଶ୍ର ବ୍ରାଉନ୍‌ସୁଗାର ନେଇ ପୁରୀକୁ ଆସୁଥିଲେ। ସେମାନଙ୍କ ଗାଡ଼ି ଆଗରେ ଅନୁ ଏକ ବାଇକ୍‌ରେରେ ଏସ୍‌କଟ୍‌ କରି ଆସୁଥିଲା। ତେବେ ଭାରତ ସରକାର ଲେଖାଥିବା ଏକ ଓଡି-୩୩-ଏବି-୨୯୦୯ ନମ୍ବର ବିଶିଷ୍ଟ ସ୍ବିଫ୍ଟ ଡିଜାୟାର କାର୍ ପୁରୀକୁ ବ୍ରାଉନ ସୁଗାର ଆଣୁଥିବା ନେଇ ତାଙ୍କ ପାଖରେ ଖବର ପହଞ୍ଚିଥିଲା ବୋଲି ଏସ୍‌ଟିଏଫ୍‌ ଟିମ୍‌ ମୁଖ୍ୟ ତଥା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା କହିଛନ୍ତି। ଏହାପରେ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ ଏବଂ ଏସ୍‌ଟିଏଫ୍‌ ଟିମ୍‌ ଏହି କାର୍‌କୁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ନିକଟରେଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏଥିରୁ ୪୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ମିଳିଥିଲା। ଏହି ଘଟଣାରେ ପୁଲିସ ଦେବ, କରିମ୍‌ ଓ ଅନୁକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe