ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ

ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ

ବ୍ୟାସନଗର : ଯାଜପୁରରୋଡ୍‌ ପୁଲିସ ଓ ଜିଲ୍ଲା ସ୍ବତନ୍ତ୍ର ସ୍କ୍ବାଡ୍‌ ବୁଧବାର ଦିନ ପଦ୍ମପୁର ଗ୍ରାମରେ ଚଢ଼ଉ କରି ୩ ଗ୍ରାମ୍‌ ବ୍ରାଉନସୁଗାର ସହ ନଗଦ ୪୪ ହଜାର ଟଙ୍କା ଜବତ କରିଛନ୍ତି। ଏଥିରେ ସଂପୃକ୍ତ ଅଭିଯୁକ୍ତ ପଦ୍ମପୁର ଗ୍ରାମର ରାଜୁ ଦାସ (୩୬)କୁ ଗିରଫ କରାଯାଇଛି।

କିଛି ବାହାର ଦୁର୍ବୃତ୍ତ ପଦ୍ମପୁର ଅଞ୍ଚଳରେ ବ୍ରାଉନ ସୁଗାର, ଗଞ୍ଜେଇ, ମଦ ଆଦି ମାଦକ ଦ୍ରବ୍ୟ ବିକ୍ରି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ। ବୁଧବାର ଦିନ ଅଚାନକ ଜିଲ୍ଲା ପୁଲିସ ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଯାଜପୁର ରୋଡ୍‌ ପୁଲିସ ପଦ୍ମପୁର ଅଞ୍ଚଳରେ ଚଢ଼ଉ କରିଥିଲେ। ରାଜୁ ଦାସ ଏକ ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ଦେଖି ଗିରଫ କରିଥିଲେ। ଅଭିଯୁକ୍ତର କୋଭିଡ୍‌ ଟେଷ୍ଟ ପରେ କେସ ନମ୍ବର ୫୬୬/୨୨ ରୁଜୁ କରି ଦଫା ୨୧ (ବି) ଏନଡିପିଏସ ଆକ୍ଟରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଯାଜପୁର ଏସ୍‌ପି ରାହୁଲ ପିଆରଙ୍କ ନିର୍ଦେଶକ୍ରମେ ଏହି ଚଢ଼ଉ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe