ରାଜଧାନୀ ଉପକଣ୍ଠରୁ ୧. ୨୨୭ କିଲୋ ବ୍ରାଉନସୁଗାର ଜବତ, ଜଣେ ଗିରଫ

ରାଜଧାନୀ ଉପକଣ୍ଠରୁ ୧. ୨୨୭ କିଲୋ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରୁ ୧ କେଜି ୨୨୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ-୧୬ର ପାହାଳ ଛକରେ ବ୍ରାଉନସୁଗାର ଡିଲ୍ ଚାଲିଥିବାର ଖବର ପାଇ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୧ କେଜି ୨୨୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏସଟିଏଫ୍ ଟିମ୍। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୨୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି।

publive-image

ଅଭିଯୁକ୍ତ ବ୍ରାଉନସୁଗାର ବ୍ୟବସାୟୀ ଜଣକ ହେଉଛନ୍ତି ଶିବୁ ଓରଫ ଶିବପ୍ରସାଦ ଦାସ। ତାଙ୍କ ଘର ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆ ସାହିରେ ବୋଲି ଜଣାଯାଇଛି। ଘଟଣାସ୍ଥଳରୁ ଏସଟିଏଫ୍ ଟିମ୍ ଏକ ପଲସର୍ ବାଇକ୍, ୫ଟି ମୋବାଇଲ୍ ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରିଛି। ଆଜି ଶିବପ୍ରସାଦ ଦାସଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe