ଖୋର୍ଦ୍ଧାରୁ ୩୨୦ ଗ୍ରାମ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ 

Advertisment
ଖୋର୍ଦ୍ଧାରୁ ୩୨୦ ଗ୍ରାମ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ 

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଜଣେ ବ୍ରାଉନ ସୁଗାର ଡିଲରଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୩୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ଜଣାଯାଇଛି। କ୍ରାଇମବ୍ରାଞ୍ଚ ଜବତ କରିଥିବା  ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ନିର୍ଭରଯୋଗ୍ୟ ସୂଚନା ଆଧାରରେ, କ୍ରାଇମବ୍ରାଞ୍ଚ ଏସଟିଏଫ୍ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ଓରାବରସିଂହ-ଜଟଣୀ ରାସ୍ତାରେ ଗତକାଲି ଚଢ଼ାଉ କରି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଅଭିଯୁକ୍ତଜଣକ  ଅକ୍ଷୟ ବଳିଆର ସିଂହ ବୋଲି ସୂଚନା ମିଳିଛି। ସେ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ବେପାର କରୁଥିବା କୁହାଯାଉଛି। ଏନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଏହି ବେପାରର ମାଷ୍ଟରମାଇଣ୍ଡ କିଏ ତାହା ଜଣାପଡ଼ିନାହିଁ।

publive-image image source- odisha-bytes

ଏନଡିପିଏସ୍  ଅଧିନିୟମ ୧୯୮୫ ଅନୁଯାୟୀ, ତଦନ୍ତ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦ରେ ନିୟମିତ ଚଢ଼ାଉ ଯୋଗୁଁ ଏପର୍ଯ୍ୟନ୍ତ ଏସଟିଏଫ୍ ଏଯାବତ୍ ପ୍ରାୟ ୨୩ କିଲୋ ୫୯୩ ଗ୍ରାମ୍ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe