୩୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୪ ଗିରଫ

Advertisment
୩୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୪ ଗିରଫ

ଜଳେଶ୍ବର : ବ୍ରାଉସୁଗାଗାର କାରବାରର ବଡ଼ ବେପାରୀ କୁହାଯାଉଥିବା ରାଜପୁର ବସ୍ତିର ସେଖ୍ ମୁମତାଜକୁ ପଚରାଉଚରା କରିବା ସହ ରାତିରେ ତା ଘରୁ ତଲାସି କରି ୨୦ ଲକ୍ଷ ଟଙ୍କା ମୂଲ୍ୟର (୨୦୦ ଗ୍ରାମ୍) ବ୍ରାଉନ୍‌ସୁଗାର ଜବତ କରିଛି ଜଳେଶ୍ବର ପୁଲିସ। ତାକୁ ଗିରଫ କରିବାକୁ ବହୁଦିନ ହେଲା ପୁଲିସ ଚେଷ୍ଟା ଚଳାଇଥିଲା। ମୁମତାଜ ବିରୋଧରେ ପୂର୍ବରୁ ୫ଟି ମାମଲା ରହିଛି। ସେ ଗିରଫ ହେବା ପରେ ତା’ର ଅଚଳାଚଳ ସମ୍ପତ୍ତି ଉପରେ କ୍ରାଇବ୍ରାଞ୍ଚ ଏସ୍‌ଟିଏଫ୍‌ର ନଜର ରହିଥିବା ଜଣାପଡ଼ିଛି। ସେହିପରି ଆଜି ଭୋର୍‌ରେ ଝାଡ଼େଶ୍ବରପୁର ବସ୍ତିରେ ପୁଲିସ ସେଖ୍‌ ନୁର ହୋସେନ୍‌ଙ୍କ ଘରେ ଚଢ଼ଉ କରି ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମ୍ ବ୍ରାଉନସୁଗାର୍‌ ଜବତ କରିବା ସହ ତା’ର ଦୁଇପୁଅ ସେଖ ଭିକାରୀ ଓରଫ ବାବୁ ଓ ସେଖ ରାଜାକୁ ଗିରଫ୍ କରିଛି। ପୁଲିସ ଚଢ଼ଉ ବେଳେ ଗଣ୍ତଗୋଳ ସୃଷ୍ଟି କରିବା ଅଭିଯୋଗରେ ନୁର ପତ୍ନୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe