ଏମ୍‌କେସିଜି କ୍ୟାମ୍ପସ୍‌ରୁ ୪.୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ, ସ୍କୁଟି ସହ ଜଣେ ଗିରଫ

ଏମ୍‌କେସିଜି କ୍ୟାମ୍ପସ୍‌ରୁ ୪.୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ, ସ୍କୁଟି ସହ ଜଣେ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ସଂଧ୍ୟାରେ ବଡ଼ ମେଡିକାଲ କ୍ୟାମ୍ପସ୍‌ ଖେଳ ପଡ଼ିଆ ନିକଟରୁ ଜଣେ ଯୁବକଙ୍କ ଠାରୁ ୪୫ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଏ ସଂକ୍ରାନ୍ତରେ ଆଙ୍କୋଲି ନିଗମ ନଗରର ମଦନ ମୋହନ ଶବର ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ବଡ଼ ମେଡିକାଲ ପଡ଼ିଆ ରାସ୍ତାରେ ବ୍ରାଉନ୍‌ ସୁଗାର ଧରି ଜଣେ ଯୁବକ ଛିଡ଼ା ହୋଇଥିବା ନେଇ ସୂଚନା ମିଳିଥିଲା। ଅବକାରୀ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ବ୍ରାଉନ୍‌ ସୁଗାର ଜବତ ହୋଇଥିଲା। ପୁରୀରୁ ଏହି ବ୍ରାଉନ୍‌ ସୁଗାର ଆଣି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରା ଯାଇଥାନ୍ତା ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଯୁବକଙ୍କ ସ୍କୁଟି ମଧ୍ୟ ଜବତ ହୋଇଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍‌ଆଇ ବିଶ୍ବଜିତ ଦାଶ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe