ପୁରୀ : ମଙ୍ଗଳବାର ଦିନ ପୁରୀ ଏସ୍ଟିଏଫ୍ ଟିମ୍ ଓ ବାସେଳିସାହି ଥାନା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର୍ ଜବତ କରାଯାଇଛି। ପୁରୀ ସହରାଞ୍ଚଳରେ ବେଆଇନ ଭାବେ ବ୍ରାଉନ୍ସୁଗାର୍ ଯୋଗାଣ କରୁଥିବା ୪ ଜଣ ଆନ୍ତଃଜିଲ୍ଲା ବେପାରୀଙ୍କୁ ମଧ୍ୟ ବାସେଳିସାହି ଥାନା ପୁଲିସ ଗିରଫ କରିଛି ବୋଲି ଏସ୍ପି ଡା. କେ ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହି ବ୍ରାଉନ୍ସୁଗାର୍ ପୁରୀକୁ ନେଇ ଆସୁଥିବା କଟକ ଦରଘାବଜାରର ବିକେ ରୋଡ୍ ଅଞ୍ଚଳର ଫିରୋଜ ଖାନ୍(୪୨), ପିପିଲି ଥାନା ଅନ୍ତର୍ଗତ ଦେବୀଗଳି ଭବାନୀପୁର ଅଞ୍ଚଳର ଅକ୍ଷୟ ଓରଫ ପପୁ ପାଣ୍ଡେ(୨୯), ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଜଳେଶ୍ବରପୁରର ସେକ୍ ଇପ୍ତେଖର ତୁଲ୍ଲା(୨୮) ଓ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ତିରିମଲ ଅଞ୍ଚଳର ଦୀପ୍ତିରଞ୍ଜନ ଭୁଜବଳ(୨୩)କୁ ପୁଲିସ ମାଟିତୋଟାରୁ ଗିରଫ କରିଛି। ସେମାନେ ପୁରୀକୁ ଏହି ବ୍ରାଉନ୍ସୁଗାର୍ ଦେବାକୁ ଆଣୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ନିକଟରୁ ୩୫୬. ୬୬ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର୍, ଚାରିଟି ମୋବାଇଲ, ତିନିଟି ବାଇକ, ଓଜନ ମେସିନ୍ ଏବଂ ୧୭ ହଜାର ଟଙ୍କା ଜବତ କରାଯାଇଛି। ଏ ସଂକ୍ରାନ୍ତରେ ବାସେଳିସାହି ଥାନାରେ ୩୦/୨୨ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି।
Follow Us