ଜଳେଶ୍ୱରରେ କେନ୍ଦ୍ରାଞ୍ଚଳ ଅବକାରୀ ଟିମ୍‌ର ଚଢ଼ଉ : ୩୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

Advertisment

ଖସିଗଲା କୁଖ୍ୟାତ ନିଶା ମାଫିଆ ମୀର୍‌ ମୁନା ଅଭିଯୁକ୍ତର ମା’ ରବିନା ବେୱା ଗିରଫ

ଖସିଗଲା କୁଖ୍ୟାତ ନିଶା ମାଫିଆ ମୀର୍‌ ମୁନା ଅଭିଯୁକ୍ତର ମା’ ରବିନା ବେୱା ଗିରଫ

ଜଳେଶ୍ୱରରେ କେନ୍ଦ୍ରାଞ୍ଚଳ ଅବକାରୀ ଟିମ୍‌ର ଚଢ଼ଉ : ୩୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ବାଲେଶ୍ବର/ଜଳେଶ୍ୱର : କିଛିଦିନର ନିରବତା ପରେ ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ପୁଲିସ ଓ ଅବକାରୀ ଟିମ୍‌ ପୁଣି ଥରେ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଗତକାଲି ରାତିରେ କଟକର କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଶାସନବାଡ଼ ଗ୍ରାମରେ ଚଢ଼ଉ କରାଯିବାବେଳେ କୁଖ୍ୟାତ ନିଶା ବେପାରୀ ମିର୍‌ ମୁନା ଓରଫ ମୀରା ରାହତ ଅଲ୍ଲୀ ଖାଁ ସମସ୍ତଙ୍କୁ ଚକ୍‌ମା‌ ଦେଇ ଖସି ପଳାଇଥିଲା। ତେବେ, ଅଭିଯୁକ୍ତର ମା’ ରବିନା ବେୱା (୫୮) ଅବକାରୀ ଟିମ୍‌ ହାତରେ ଧରା ପଡ଼ିଯାଇଛନ୍ତି। ତାଙ୍କଠାରୁ ୩୧୦ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଥିଲା, ଯାହାର ଆନ୍ତର୍ଜାତିକ ବଜାର ମୂଲ୍ୟ ପ୍ରାୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ଜଳେଶ୍ବର ଥାନା ରାଜପୁର ଅଞ୍ଚଳରେ ଜିଲ୍ଲା ପୁଲିସ୍‌ ଓ ଅବକାରୀ ବିଭାଗର ଏକ ମିଳିତ ଟିମ୍‌ ଚଢ଼ଉ କରିବା ସହ ୬୮ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରି ଜଣେ ବେପାରୀକୁ ଗିରଫ କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ନ ବିତୁଣୁ ଶାସନବାଡ଼ ଗ୍ରାମରେ କୁଖ୍ୟାତ ନିଶା ବେପାରୀ ମୁନା ସଂପର୍କରେ ସୂଚନା ପାଇଥିଲା କଟକ ଅବକାରୀ ଗୁଇନ୍ଦା ବିଭାଗ। ମୁନାକୁ ଧରିବା ପାଇଁ ଆଜି ଭୋର୍‌ ସମୟରେ ଏକ ୪୫ ଜଣିଆ ଟିମ୍‌ ଚଢ଼ଉ କରିଥିଲେ। ‌ତେବେ ମୁନା କୌଣସି ସୂତ୍ରରୁ ଜାଣିପାରି ଅବକାରୀ ପୁଲିସଙ୍କ ଆଖିରେ ଧୂଳି ଦେଇ ସେଠାରୁ ଖସି ପଳାଇଥିଲା। ସେପଟେ ଅଭିଯୁକ୍ତର ମା’ ରବିନା ବେୱା (୫୮) ଏକ ବ୍ୟାଗ୍‌ରେ ବ୍ରାଉନସୁଗାର ନେଇ ଖସିଯାଉଥିବା ବେଳେ ଟିମ୍‌ ତାଙ୍କୁ ଧରିନେଇଥିଲେ।

ଉଲ୍ଲେଖଥାଉକି, ଜଳେଶ୍ବର ଶାସନବାଡ଼ ଗ୍ରାମର କୁଖ୍ୟାତ ନିଶା ମାଫିଆ ମିର୍‌ ମୁନା ଓରଫ୍‌ ମୀର୍‌ ରାହତ ଅଲ୍ଲୀ ଖାଁ ପଶ୍ଚିମବଙ୍ଗର ମେଦିନୀପୁର ଓ ଖଡ଼ଗପୁରରୁ ନିୟମିତ ଭାବେ ବ୍ରାଉନସୁଗାର ଜଳେଶ୍ବରକୁ ଆଣିବା ପରେ ଏଠାରୁ ଓଡ଼ିଶାର କଟକ, ଭୁବନେଶ୍ୱର, ଖୋର୍ଧା ଆଦି ଅଞ୍ଚଳକୁ ପଠାଇଥାଏ। ମୁନା ବ୍ରାଉନ୍‌ସୁଗାର କାରବାରରେ ସମ୍ପୃକ୍ତ ରହି ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଏକାଧିକଥର ଗିରଫ ହୋଇଥିବାବେଳେ ନିକଟରେ ତାର ଜଣେ ସମ୍ପର୍କୀୟ ଭାଇ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe