ପ୍ରଥମ ଘଟଣା: ଫୁଲବାଣୀ ସହରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

Advertisment
ପ୍ରଥମ ଘଟଣା: ଫୁଲବାଣୀ ସହରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀରୁ ବ୍ରାଉନ୍ ସୁଗାର୍ ଜବତ ହୋଇଛି। ସହରରେ ପ୍ରଥମଥର ପାଇଁ ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସହରର ପେଞ୍ଜି ସାହିରେ ଟାଉନ୍ ଥାନା ପୁଲିସ ଚଢ଼ଉ କରି ୩.୫୯ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ କରିଥିବାବେଳେ ଏଥିରେ ସଂପୃକ୍ତ ଅଭିଯୁକ୍ତ ସପନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସପନ ଖୋର୍ଦ୍ଧାରୁ ବ୍ରାଉନ୍‌ ସୁଗାର୍ ଫୁଲବାଣୀ ଆଣୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସପନଠୁ ଜବତ ବ୍ରାଉନ୍‌ ସୁଗାର୍‌ର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ। ଏନେଇ କେସ୍ ନମ୍ବର ୧୦୩ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ଫୁଲବାଣୀ ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଅଭିଯୁକ୍ତ ସପନର ଗତିବିଧି ଉପରେ ପୁଲିସ ଗତ କିଛି ଦିନ ହେଲା କଡ଼ା ନଜର ରଖିଥିଲା। ଗତକାଲି ସେ ପେଞ୍ଜି ସାହି ନିକଟରେ ଜଣେ ଦୋକାନୀ ସହ କଥାବାର୍ତ୍ତା କରୁଥିବା ବେଳେ ପୁଲିସ ତାକୁ କାବୁ କରିବା ସହ ତା’ଠାରୁ ବ୍ରାଉନ୍ ସୁଗାର୍ ଜବତ କରିବାରେ ସଫଳ ହୋଇଥିଲା। ସପନ ଏହି ନିଶାଦ୍ରବ୍ୟ କାହା ମାଧ୍ୟମରେ ଜିଲ୍ଲାକୁ ଆଣୁଥିଲା ଏବଂ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe