ବେଣାପୁର ଟୋଲଗେଟ ନିକଟରୁ ଧଳା ଜହର ଜବତ, ଜଣେ ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

କଣ୍ଟିଗଡ଼ିଆ : ଧର୍ମଶାଳା ଥାନା ବେଣାପୁର ଟୋଲଗେଟ ନିକଟରୁ ଡ୍ରଗ୍ସ ବିକ୍ରି କରୁଥିବା ଜଣେ ଯୁବକକୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ଯୁବକର ଘର ଧର୍ମଶାଳା ଥାନା ଅନ୍ତର୍ଗତ ବେଣାପୁର ଗ୍ରାମରେ। ରବିବାର ମଧ୍ୟାହ୍ନରେ ଅବକାରୀ ପୁଲିସ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଟୋଲଗେଟ୍‌ ନିକଟରେ ଛକି ରହିଥିଲେ। ଅଭିଯୁକ୍ତ ଜଣେ ଗ୍ରାହକକୁ ଡ୍ରଗ୍ସ ବିକ୍ରି କରୁଥିବା ସମୟରେ ଅବକାରୀ ପୁଲିସ ତାକୁ ମାଡ଼ି ବସିଥିଲେ। ଅଭିଯୁକ୍ତ ଠାରୁ ଶହେ ଗ୍ରାମର ଧଳା ଜହର ମିଳିଥିବା ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି। ହେଲେ ଅବକାରୀ ପୁଲିସ କୌଣସି ସୂଚନା ଦେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe