୭.୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

୭.୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଯାଜପୁରଟାଉନ/ସଦର : ଯାଜପୁର ସଦର ଥାନା ଅନ୍ତର୍ଗତ ନିମପାଳ ଛକ ନିକଟରୁ ଅବକାରୀ ବିଭାଗ ଚଢ଼ଉ କରି ୭ଲକ୍ଷ ୨୦ହଜାର ଟଙ୍କାର ୭୨ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରିଛି। ଏହି ଘଟଣା‌ରେ ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହର ପଦ୍ମପୁର ଗ୍ରାମର ରାଜୁ ଦାସକୁ ଗିରଫ କରାଯାଇଛି। ଏହା ପୂର୍ବରୁ ରାଜୁର ଭାଇ ଅଜୁକୁ ମଧ୍ୟ ବ୍ରାଉନ୍‌ ସୁଗାର କାରବାର ପାଇଁ ଅବକାରୀ ବିଭ‌ାଗ ଗିରଫ କରିଥିଲା।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ତଥା ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ଇନିସ୍ପେକ୍ଟର ସ୍ବପ୍ନାରାଣୀ ସାହୁ, ଏସଆଇ ପ୍ରଦୀପ କୁମାର ରଥ, ଏଏସଆଇ ବିଭୁ ପ୍ରସାଦ ବେହେରା, କ୍ଷୀରୋଦ ସାହୁ, ଜୟପ୍ରକାଶ ବେହେରା, ସରୋଜ ବେହେରା, ଲିଟୁ ବେହୁରିଆ, କନେଷ୍ଟବଳ ଲାବନ୍ୟ ହେସା, ଧବଳେଶ୍ବର ମହାନ୍ତି ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe