ହାଵଡ଼ାରୁ ୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଜଳେଶ୍ବର ଅଞ୍ଚଳର ୬ ଗିରଫ

Advertisment
କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ, ଜଣେ ଗିରଫ

ଜଳେଶ୍ବର : ପଶ୍ଚିମବଙ୍ଗରୁ ଏକ ସ୍କର୍ପିଓରେ ବିପୁଳ ପରିମାଣର ବ୍ରାଉନସୁଗାର ଧରି ଜଳେଶ୍ବର ଫେରୁଥିବା ବେଳେ ଅଞ୍ଚଳର ୬ ଜଣଙ୍କୁ ହାଵଡ଼ାର ଦମଦମ ଏୟାରପୋର୍ଟ ଥାନା ପୁଲିସ ଗିରଫ କରିଛି। ସେମାନେ ସମସ୍ତେ ଜଳେଶ୍ବର ମ୍ୟୁନିସିପାଲଟି ଅଧୀନସ୍ଥ ଝାଡ଼େଶ୍ବରପୁର ଓ ପଥରପୁରା ଗ୍ରାମର ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ଏହି ୬ଜଣ ଏକ ସ୍କର୍ପିଓରେ ପଶ୍ଚିମବଙ୍ଗ ବ୍ରାଉନସୁଗାର ଆଣିବା ପାଇଁ ଦୁଇଦିନ ତଳେ ଯାଇଥିଲେ। ଗତକାଲି ସେମାନେ ବ୍ରାଉନସୁଗାର ଧରି ଜଳେଶ୍ୱର ଫେରୁଥିବା ବେଳେ ହାଵଡ଼ା ଦମଦମ ଏୟାରପୋର୍ଟ ଥାନା ପୁଲିସ ସେମାନଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ବ୍ରାଉନସୁଗାର ବାହାରିଥିଲା। ବ୍ରାଉନସୁଗାର ଓ ଗାଡ଼ି ଜବତ କରାଯିବା ସହ ୬ଜଣ ମାଫିଆଙ୍କୁ ବାନ୍ଧିଛି ଦମଦମ ଏୟାରପୋର୍ଟ ଥାନା ପୁଲିସ। ଜବତ ବ୍ରାଉନସୁଗାରର ମୂଲ୍ୟ ୫ କୋଟିରୁ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଦମଦମ ଏୟାରପୋର୍ଟ ଥାନା ପୁଲିସ ଏନେଇ ଓଡ଼ିଶା ପୁଲିସ ଓ ଅବକାରୀ ବିଭାଗକୁ ଆଜି ସୂଚନା ଦେଇଛି। ସେହିପରି ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଓଡ଼ିଶାରେ ଅନ୍ୟ କିଛି ମାମଲା ରହିଛି କି ନାହିଁ ସେ ସୂଚନା ମଧ୍ୟ ମାଗିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe