ରାଜଧାନୀରେ ୨ କୋଟିର ବ୍ରାଉନ୍‌ସୁଗାର ଜବତ

ଭାଗା ସମେତ ୩ ଗିରଫ, ରାଜଧାନୀରେ ମାତିଲେଣି ବଡ଼ ବେପାରୀ

କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ, ଜଣେ ଗିରଫ

ଭୁବନେଶ୍ବର : ପୂର୍ବରୁ ରାଜଧାନୀରେ କିଛି କୁଜି ବେପାରୀ ବ୍ରାଉନ୍‌ସୁଗାର କାରବାର ଚଳାଇଥିଲେ। ହଳଦୀପଡ଼ିଆ ବସ୍ତିରୁ ଆରମ୍ଭ କରି ଖଣ୍ଡଗିରି ଅଞ୍ଚଳର କିଛି ଛୋଟ ବେପାରୀ ଏହି କାରବାର କରୁଥିଲେ। ଖୋର୍ଦ୍ଧା, ଛତିଆ ଓ ବାଲେଶ୍ବରର ବଡ଼ ବେପାରୀମାନେ ଏମାନଙ୍କୁ ମାଲ୍ ଯୋଗାଉଥିଲେ। କିନ୍ତୁ ଏବେ ରାଜଧାନୀରେ ବଡ଼ ବେପାରୀ ମୁଣ୍ଡ ଟେକିଲେଣି। ଗତକାଲି ଏସ୍‌ଟିଏଫ୍‌ ଟିମ୍‌ ହାତରେ ଏଭଳି ଏକ ବଡ଼ ରୢାକେଟ୍‌ ଧରାପଡ଼ିଛି। ଖଣ୍ଡଗିରି ଥାନା ପୁଲସ ଭୁବନେଶ୍ବର ଏମ୍‌ସ ରୋଡ୍‌ରେ ୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨ କେଜି ୫୮ ଗ୍ରାମ୍‌ ବ୍ରାଉନ୍‌ସୁାଗର ଜବତ କରାଯାଇଛି। ଅଭିଯୁକ୍ତ ବେପାରୀମାନେ ହେଲେ ତମାଣ୍ଡୋ ଥାନା ରଣସିଂହପୁରର ଭାଗିରଥୀ ଭଟ୍ଟ ଓରଫ ଭାଗା, ବାଲିପାଟଣାର ବିଶ୍ବଜିତ ନାୟକ ଓ ଡୁମୁଡୁମା ରଘୁନାଥନଗର ଅଞ୍ଚଳର ଚନ୍ଦନ ମଲ୍ଲିକ। ତେବେ ଚଢ଼ଉ ପୂର୍ବରୁ ଜଳେଶ୍ବରରୁ ମାଲ୍ ନେଇ ଆସିଥିବା ମାଫିଆ ଚମ୍ପଟ ମାରିଥିବା ଜଣାପଡ଼ିଛି। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।

publive-image Sambad

ସୂଚନା ମୁତାବକ ଜଳେଶ୍ବରର ଉକ୍ତ ମାଫିଆ ବିପୁଳ ବ୍ରାଉନ୍‌ସୁଗାର ନେଇ ରାଜଧାନୀ ଆସିଥିବା ଖବର ଏସ୍‌ଟିଏଫ୍‌ ହାତରେ ଲାଗିଥିଲା। ତେଣୁ ତାକୁ ଧରିବା ପାଇଁ ଏସ୍‌ଟିଏଫ୍ ପକ୍ଷରୁ ଜାଲ ବିଛାଯାଇଥିଲା। ସନ୍ଧ୍ୟା ବେଳକୁ ସନ୍ଦିଗ୍ଧ ମାଫିଆ ଭୁବନେଶ୍ବର ଏମ୍‌ସ ନିକଟରେ ଥିବା ଜଣାପଡ଼ିଥିଲା। କିନ୍ତୁ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢ଼ଉ କଲା ବେଳକୁ ମାଫିଆ ଫେରାର୍ ହୋଇସାରିଥିଲା। ତେବେ ରାଜଧାନୀରେ କାରବାରର ମଙ୍ଗ ଧରିଥିବା ଭାଗା, ଚନ୍ଦନ ଓ ବିଶ୍ବଜିତ୍‌ ଧରାପଡ଼ିଯାଇଥିଲେ। ଏହି ଘଟଣା ପରେ ଅନୁମାନ କରାଯାଉଛି ଯେ ରାଜଧାନୀ ଉପକଣ୍ଠରେ ମାଫିଆମାନେ ଏଭଳି ବେପାର ଚଳାଇଛନ୍ତି। ବାଲିପାଟଣାର ବିଶ୍ବଜିତର ମଧ୍ୟସ୍ଥତାରେ ଜଳେଶ୍ବରର ମାଫିଆ ଓ ଭାଗା-ଚନ୍ଦନ ମଧ୍ୟରେ ଯୋଗସୂତ୍ର ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ ଯେ ୨୦୨୦ରୁ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫୪ କେଜିରୁ ଊର୍ଦ୍ଧ୍ବ ବ୍ରାଉନ୍‌ସୁଗାର, ୨୦୨ ଗ୍ରାମ୍‌ର‌ କୋକେନ୍‌, ୧୦୩ କ୍ବିଣ୍ଟାଲ୍‌ ଗଞ୍ଜେଇ, ୭୫୦ ଗ୍ରାମ ଅଫିମ ଜବତ କରିବା ସହ ୧୫୦ ଜଣ ନିଶା ମାଫିଆଙ୍କୁ ଗିରଫ କଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe