୨୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ବେପାରୀ ଗିରଫ

Advertisment
କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ, ଜଣେ ଗିରଫ

ପୁରୀ : ଗତକାଲି ପୁରୀ ସହରାଞ୍ଚଳର ବିଭିନ୍ନ ଥାନା ପୁଲିସ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ବେପାରୀମାନଙ୍କୁ ମଧ୍ୟ ଗିରଫ ପରେ ଜେଲ ପଠାଇ ଦେଇଥିଲେ। ଆଜି ବାସେଳିସାହି ଥାନା ଓ ତାଳବଣିଆ ଥାନା ପୁଲିସ ମଧ୍ୟ ୨ ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଧରିଛି। ସେମାନଙ୍କ ନିକଟରୁ ପ୍ରାୟ ୨୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ କରିଛି। ଏ ସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ କରି ପୁଲିସ ୨ ବ୍ରାଉନ ସୁଗାର ବେପାରୀକୁ ଗିରଫ ପରେ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବାସେଳିସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ର ଧନଞ୍ଜୟ ବସ୍ତିଆ(୩୬) ଆଜି ଛପନ ଛକରେ ବ୍ରାଉନ ସୁଗାର ସପ୍ଲାଇ କରୁଥିଲା। ବାସେଳି ସାହି ଥାନା ପୁଲିସ ସେଠାରେ ଚଢ଼ଉ କରି ଧନଞ୍ଜୟକୁ ଧରିଥିବା ବେଳେ ତା ନିକଟରୁ ୧୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର, ୫ଶହ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରିଥିଲା। ସେହିପରି ତାଳବଣିଆ ଥାନା ପୁଲିସ ନରସିଂହବଲ୍ଲଭ ପାଟଣାର ମୁନା ବେହେରା(୩୨)କୁ ଗିରଫ କରିଛି। ତା ନିକଟରୁ ୧୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ କରି ତାକୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe