ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ବ୍ରାଉନ୍‌ସୁଗର ଜବତ, ୨ ଗିରଫ

Bharosa Media

ଝାରସୁଗୁଡ଼ା : ଝାରସୁଗୁଡ଼ା ପୁଲିସ ଶନିବାର ୨୦.୫ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ପ୍ଲାଣ୍ଟସାଇଡ୍‌ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିର ଇର୍ସାଦ ଖାନ୍(୨୦) ଓ ଝାରସୁଗୁଡ଼ା ଥାନା ମଙ୍ଗଳବଜାର ହନୁମାନ ମନ୍ଦିର ନିକଟରେ ରହୁଥିବା ଏମ୍‌ଡି ମୁନ୍ତଜୁ ଖାନ୍(୨୪)। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଏକ କେଟିଏମ୍‌ ବାଇକ (ଓଡି-୧୫ଏଫ୍‌-୪୫୦୬) ଓ ୨ଟି ମୋବାଇଲ୍‌ ଜବତ କରିଛି। ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଝାରସୁଗୁଡ଼ା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ସୂଚନା ଅନୁସ‌ାରେ, ସକାଳୁ ରାଉରକେଲାରୁ ଜଣେ ଯୁବକ ବ୍ରାଉନସୁଗର ନେଇ ଝାରସୁଗୁଡ଼ା ସହରକୁ ଆସୁଥିବା ସୂଚନା ପାଇ ପୁଲିସ ଏକ ଟିମ୍ ଗଠନ କରି ଚଢ଼ଉ କରିଥିଲା। ଇର୍ସାଦ ବାଇକ୍‌ ଯୋଗେ ପୁରୁଣାବସ୍ତିକୁ ପ୍ରବେଶ କରିବା ପରେ ଝାଡ଼େଶ୍ବର ମନ୍ଦିର ନିକଟରେ ମୁନ୍ତଜୁକୁ ବ୍ରାଉନସୁଗର ଦେଇଥିଲା। ଏହି ସମୟରେ ପୂର୍ବରୁ ଛକି ରହିଥିବା ପୁଲିସ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଉଲ୍ଳେଖଯୋଗ୍ୟ, ବର୍ଷକ ତଳେ ଅର୍ଥାତ୍‌ ଗତ ବର୍ଷ ମେ’ ମାସରେ ୨ଟି କେଟିଏମ୍‌ ବାଇକ ଯୋଗେ ୧୬ ଗ୍ରାମ ବ୍ରାଉନସୁଗର ନେଇ ଝାରସୁଗୁଡ଼ା ସହରକୁ ପ୍ରବେଶ କରିବା ବ‌େଳେ ପୁଲିସ ସେମାନଙ୍କୁ ଧରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe