କୋଟିଏ ୩୦ ଲକ୍ଷର ବ୍ରାଉନସୁଗାର ଜବତ, ଚୋରା ବାଇକରେ ଚାଲାଣ ବେଳେ ଦୁଇ ଗିରଫ

Advertisment

ଏବେ ସୁଦ୍ଧା ୩୦ କେଜି ଜବତ କଲାଣି ଏସ୍‌ଟିଏଫ୍

ଏବେ ସୁଦ୍ଧା ୩୦ କେଜି ଜବତ କଲାଣି ଏସ୍‌ଟିଏଫ୍

କୋଟିଏ ୩୦ ଲକ୍ଷର ବ୍ରାଉନସୁଗାର ଜବତ, ଚୋରା ବାଇକରେ ଚାଲାଣ ବେଳେ ଦୁଇ ଗିରଫ

ବାଲେଶ୍ବର/ଭୁବନେଶ୍ବର : ରାଜ୍ୟରେ ଯେତେ ବ୍ରାଉନସୁଗାର ଜବତ ହେଉଛି, ବେପାର ସେତେ ବଢ଼ିବାରେ ଲାଗିଛି। ଜିଲ୍ଲା ପୁଲିସ ବ୍ୟତୀତ କେବଳ ଏସଟିଏଫ୍ ୩୦କେଜି ବ୍ରାଉନସୁଗାର ଜବତ କରିଛି। ଏହା ସତ୍ତ୍ବେ ବେପାର କମିବାର ନା ଧରୁନି। ଗଳିକନ୍ଦିରେ ମାଡ଼ି ଗଲାଣି ଧଳାଜହର। ଏସ୍‌ଟିଏଫ୍ ଗତ ୩୦ତାରିଖରେ ବାଲେଶ୍ବର ସହଦେବଖୁଣ୍ଟାରେ ଚଢ଼ଉ କରି ମୋଟ ୧କେଜି ୩୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାସହ ଏହି ବେଆଇନ କାରବାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଅରଡ଼ା ବଜାର ଅଞ୍ଚଳର ମାନସ ମୁଖୀ ଓ ହରିପୁର ଅଞ୍ଚଳର କମଳାକାନ୍ତ ଦାସ। ସେମାନଙ୍କଠାରୁ ଗୋଟିଏ ଚୋରା ବାଇକ୍‌ ମଧ୍ୟ ଜବତ ହୋଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଏସ୍‌ଟିଏଫ୍ ସୂଚନା ଅନୁସାରେ, ଦୁଇ ଜଣଯାକ ଏକ ବାଇକ୍‌ (ଓଡି୦୧-ପି-୮୭୪୨)ରେ ଯାଉଥିବା ବେଳେ ଏସ୍‌ଟିଏଫ୍‌ର ଏକ ଟିମ୍ ସେମାନଙ୍କୁ ମାଡ଼ି ବସିଥିଲା। ଉଭୟଙ୍କଠାରୁ ବ୍ରାଉନସୁଗାର ଜବତ କରାଯାଇଥିଲା। ଜବତ ବାଇକ୍‌କୁ ଯାଞ୍ଚ କରାଯିବା ପରେ ତାହା ଚୋରା ଓ ସେଥିରେ ଜାଲ୍ ନମ୍ବର ଲଗାଯାଇଥିବା ଏସ୍‌ଟିଏଫ୍ ସୂଚନା ପାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ସପ୍ତାହେ ତଳେ ଖୋର୍ଦ୍ଧା ବରୁଣେଇ ରାସ୍ତାରେ ଡିଲ୍ ଚାଲିଥିବା ବେଳେ ଦୁଇ ଜଣ ବେପାରୀ ଓ ୪ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍। ସେମାନଙ୍କଠାରୁ ୧କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିଲା। ଏହା ଏକ ବଡ଼ଧରଣର ରାକେଟ୍ ବୋଲି ଜଣାପଡ଼ିଥିଲା। ଗିରଫ ୫ଜଣଙ୍କ ମଧ୍ୟରୁ ଜଗତସିଂହପୁର ଅଞ୍ଚଳର ୩ ଜଣ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe