ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠାକୁରପଡ଼ା ଠାରେ ଖୋର୍ଦ୍ଧା ଠାକୁରପଡ଼ା ଠାରେ ଚଢ଼ଉକରାଯାଇ ଦୁଇଜଣ ଯୁବକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩ଲକ୍ଷ ଟଙ୍କାର ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି ।
ଖୋର୍ଦ୍ଧା ଅବକାରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଆଜି ଖୋର୍ଦ୍ଧା ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ୟୁନିଟର ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ ଓ ଏସ୍ଆଇ ବି ମନୋଜ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି ଠାକୁରପଡ଼ା ନୂଆସାହିର ପ୍ରଦୀପ ବାରିକ (୨୪) ଓ ରାଜେଶ ମହାରଣା (୨୬)ଙ୍କୁ ଧରିଥିଲେ । ଯାଂଚରେ ସେମାନଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଥିଲା । ଏହା ସହ ସେମାନେ ବ୍ୟବହାର କରୁଥିବା ଏକ ମୋଟରସାଇକଲ (ଓଡି ୩୩ୟୁ ୨୨୭୧)କୁ ମଧ୍ୟ ଜବତ କରାଯାଇଛି । ଏନେଇ ଅବକାରୀ ଥାନାରେ ଏନ୍ଡିପିଏସ ଆଇନରେ ୨/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୯୦ହଜାର ଟଙ୍କା ହେବ ।
Follow Us