୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର୍ ଜବତ, ବେପାରୀ ଗିରଫ

୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର୍ ଜବତ, ବେପାରୀ ଗିରଫ

ଚନ୍ଦ୍ରଶେଖରପୁର : କୁଇକ୍ ଆକ୍ସନ୍ ଟିମ୍(କ୍ୟୁଏଟି) ଓ ଇନ୍ ଫୋସିଟି ଥାନା ପୁଲିସ୍ ମିଳିତ ଭାବେ ଚଢ଼ଉ କରି ଶିଖରଚଣ୍ଡି ପାହାଡ଼ ନିକଟ ଡ଼ିଏଲ୍ଏଫ୍ କୋଠା ପଛ ପଡ଼ିଆରୁ ୨ଜଣ ବ୍ରାଉନ୍ ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଶିଶୁ ବିହାରର ଅଞ୍ଚଳର ସୁକାନ୍ତ ଦାସ (୨୭) ଓ ଧର୍ମଶାଳା ବାସିନ୍ଦା ନଜରୁଲା ଇସଲାମ୍(୨୬)।

publive-image

ସୁକାନ୍ତ ଠାରୁ ୨୨.୭୫ ଗ୍ରାମ ବ୍ରାଉନ୍ ସୁଗାର, ୨୫୫୦ ନଗଦ ଟଙ୍କା ଓ ଗୋଟିଏ ମୋବାଇଲ୍ ଜବତ ହୋଇଥିବା ବେଳେ ନଜରୁଲା ଠାରୁ ୬.୫ ଗ୍ରାମ ବ୍ରାଉନ୍ ସୁଗାର ୧୬.୫୦୦ ଟଙ୍କା ଓ ୨ଟି ମୋବାଇଲ୍ ଫୋନ୍ ଜବତହୋଇଛି। ସେମାନେ ବ୍ୟବହାର କରୁଥିବା ଏକ ବାଇକ୍ ମଧ୍ୟ ପୁଲିସ୍ ଜବତ କରିଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ୍ କହିଛି। ଉଭୟ ଅଭିଯୁକ୍ତଙ୍କୁ ଇନ୍ ଫୋସିଟି ଥାନା ପୁଲିସ କୋର୍ଟ ଚାଲଣ କରିଛି। ତଦନ୍ତ ବେଳେ ସେମାନେ କଟକ, ବ୍ରହ୍ମପୁର ଓ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ବ୍ରାଉନ୍ ସୁଗାର ଆଣି ଚନ୍ଦ୍ରଶେଖରପୁର ଓ ଖଣ୍ଡିଗିରି ଅଞ୍ଚଳରେ ଥିବା କିଛି ଇଂଜିନିୟରିଂ ଛାତ୍ରଙ୍କୁ ଯୋଗାଉଥିବା କହିଛନ୍ତି। ଗତକାଲି ସେମାନେ ବ୍ୟବସାୟ ପାଇଁ ଗ୍ରାହକ ନିକଟକୁ ଆସିଥିବା ବେଳେ କୌଣସି ମତେ କ୍ୟୁଏଟି ସୂଚନାପାଇ ଇନ୍ ଫୋସିଟି ଥାନା ପୁଲିସ୍ ସହଯୋଗରେ ଉକ୍ତ ପଡ଼ିଆରେ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe