ଧଳାଜହର ଲିଙ୍କ୍‌ରେ ଧରାପଡ଼ିଲା କିନ୍ନର, ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

Advertisment
୧୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ନିଶା ବେପାରୀକୁ ମାଡ଼ି ବସିଲା ଅବକାରୀ ଟିମ୍‌

image source- odisha-bytes

ବାଲେଶ୍ବର: ବାଲେଶ୍ବର ସହର ଉପକଣ୍ଠରୁ ଆଜି ଦ୍ବିପ୍ରହର ସମୟରେ ପୁଲିସ ଜଣେ କିନ୍ନରକୁ ଧରିବା ପରେ ତା’ଠାରୁ ୭ଲକ୍ଷ ଟଙ୍କାର ଏକ ବ୍ରାଉନସୁଗାର ପୁଡ଼ିଆ ଜବତ କରାଯାଇଛି। ଏହାପରେ ସମ୍ପୃକ୍ତ କିନ୍ନରକୁ ଗିରଫ କରାଯାଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଗିରଫ ହୋଇଥିବା କିନ୍ନର ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ବାଲୁଗାଁ ପାଟଣାସାହି ଅଞ୍ଚଳର ରବି ବେହେରା ଓରଫ୍‌ ରାକ୍ଷୀ କିନ୍ନର(୪୦)।

ଆଜି ଦିନ ପ୍ରାୟ ୧ଟା ସମୟରେ ସେ ବାଲେଶ୍ବର ସହର ଶିଳ୍ପାଞ୍ଚଳ ଥାନା ଅଧୀନ ଭୀମପୁରା ନିକଟରେ ରାସ୍ତାରେ ଯାଉଥିବା ବେଳେ ସେହିବାଟ ଦେଇ ଆସୁଥିବା ଏକ ପୁଲିସ ପାଟ୍ରୋଲିଂ ଗାଡ଼ିକୁ ଦେଖି ସେ ଦୌଡ଼ିବା ଆରମ୍ଭ କରିଥିଲା। ପୁଲିସ ତାକୁ ସନ୍ଦେହ କରି ପିଛା କରିବା ସହ ଧରିବା ପରେ ତା’ଠାରୁ ୭୨ଗ୍ରାମର ଉକ୍ତ ବ୍ରାଉନସୁଗାର ପୁଡ଼ିଆ ବାହାରିଥିଲା।

ତେବେ ପୁଲିସ ତାକୁ ‌ପଚରାଉଚରା ବେ‌େଳ ‌ନିଜ ଦେହ ଭଲ କରିବା ପାଇଁ ୩/୪ଲକ୍ଷ ଟଙ୍କାର ଆବଶ୍ୟକ ଥିବାବେଳେ ଯାଜପୁର ‌ସହରରେ ଆସି ଭିକ୍ଷାବୃତ୍ତ କରି ଚଳୁଥିଲେ। କିନ୍ତୁ ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ଏହି ଧଳାଜହର କାରବାରରେ ସାମିଲ ହେବାକୁ କହିଥିଲେ। ଏଥିରେ ଭଲ ରୋଜଗାର ସହ ତାଙ୍କ ଚିକିତ୍ସା ଅର୍ଥ ଭରଣା ହୋଇଯିବ ବୋଲି ‌କହିଥିଲେ। ତେବେ କିଛିମାସ ହେବ ସେ ଏହି ବେପାର‌ରେ ସାମିଲ ହୋଇଥିବା ପୁଲିସ ଆଗରେ ମାନିଛନ୍ତି। ଅଭିଯୁକ୍ତ କିନ୍ନରକୁ ଗିରଫ କରଯିବା ସହ ପୁଲିସ ଅଧିକ ଖୋଳତାଡ଼ କରିବା ଆରମ୍ଭ କରିଦେଇଛି। ଏନେଇ ୪୩/୨୧ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe