ମହୀଶୂରରୁ ଆସି ନନ୍ଦନକାନନରେ ପହଞ୍ଚିଲେ ଧୂସର ଗଧିଆ ଯୋଡ଼ି

ମହୀଶୂରରୁ ଆସି ନନ୍ଦନକାନନରେ ପହଞ୍ଚିଲେ ଧୂସର ଗଧିଆ ଯୋଡ଼ି

ବାରଙ୍ଗ: ଆଜି ସକାଳେ ନନ୍ଦନକାନକୁ ପ୍ରଥମ ଥର ପାଇଁ ହଳେ ଧୂସର ଗଧିଆଙ୍କୁ ଅଣାଯାଇଛିି। ପ୍ରଥମ ଥର ପାଇଁ ଏହି ପ୍ରଜାତିର ଗଧିଆଙ୍କୁ ନନ୍ଦନକାନନକୁ ଅଣାଯାଇଥିିବାରୁ ଏହା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବ ବୋଲି କୁହାଯାଉଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ ମହୀଶୂରରୁ ଗୋଟିଏ ଅଣ୍ଡିିରା ଓ ଗୋଟିଏ ମାଈ ଗଧିଆଙ୍କୁ ନନ୍ଦନକାନନକୁ ଅଣାଯାଇଛି। ୩ଟି ଗୁଣ୍ଡୁରି ବଦଳରେ ଏହି ହଳେ ଗଧିଆଙ୍କୁ ଏଠାକୁ ଅଣାଯାଇଛି। ଉଭୟ ଗଧିଆଙ୍କ ବୟସ ପ୍ରାୟ ଅଢ଼େଇ ବର୍ଷ ହେବ ବୋଲି କୁହାଯାଇଛି। ଗଧିଆ ଦୁଇଟି ଆଜି ସକାଳେ ନନ୍ଦନକାନନରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନନ୍ଦନକାନନର ଭେଟେରିନାର ି କ୍ୱେରେଣ୍ଟାଇନ୍‌ ପରିସରେ ରଖାଯାଇ ସେମାନଙ୍କ ଉପରେ ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe