ଆଳୁ ଦୋକାନରେ ବ୍ରାଉନ୍‌ସୁଗାର ବେପାର: ଦୋଷୀକୁ ୧୦ବର୍ଷ ଜେଲ୍, ଲକ୍ଷେ ଜରିମାନା

ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଖୋର୍ଦ୍ଧା: ବାହାରେ ଆଳୁ ପିଆଜ ବେପାର। ଦୋକାନ ଭିତରେ ଗଚ୍ଛିତ ଥିଲା ବ୍ରାଉନ୍‌ସୁଗାର। ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ଏ କଳା ବେପାରର କରିଥିଲା ଖୁଲାସା। ଜବତ କରିଥିଲା ୨୭୦ଗ୍ରାମ୍‌ର ବ୍ରାଉନ୍‌ସୁଗାର ସହିତ ନଗଦ ଏକ ଲକ୍ଷ ୧୩ହଜାର ଟଙ୍କା। ଏହି ମାମଲାର ବିଚାର କରି ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ସେସନ୍‌ସ ଜଜ୍‌ ଅଜୟ କୁମାର ପ୍ରଧାନ ଅଭିଯୁକ୍ତ ରାଜେନ୍ଦ୍ର ପୃଷ୍ଟି(୪୩)ଙ୍କୁ ୧୦ବର୍ଷ ଜେଲ୍ ଦଣ୍ଡାଦେଶ ସହିତ ଏକ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ ଜେଲ୍ ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

ସୂଚନା ମୁତାବକ, ଏ ଧରପଗଡ଼ ଗତ ୨୦୨୨ ମସିହା ଜାନୁଆରି ୨୫ତାରିଖରେ ହୋଇଥିଲା। ଖୋର୍ଦ୍ଧା ସହର ପ୍ରାଣୀ ଚିକିତ୍ସା ବିଭାଗ କାର୍ଯ୍ୟାଳୟ ନିକଟରେ ଅଭିଯୁକ୍ତ ରାଜେନ୍ଦ୍ର ଏ କଳା ବେପାର ଚଳାଇଥିଲେ। ରାଜେନ୍ଦ୍ରଙ୍କ ଘର ଖୋର୍ଦ୍ଧା ସହରର ସାଆନ୍ତରାପୁରରେ। ସେ ସାମ୍ନାରେ ଆଳୁ ଓ ପିଆଜ ଧନ୍ଦା କରୁଥିବା ବେଳେ ଦୋକାନ ଭିତରେ ବ୍ରାଉନ୍‌ସୁଗାର ରଖିଥିଲେ। ଅବକାରୀ ବିଭାଗ ଚଢ଼ଉ କରି ଏହାର ଖୁଲାସା କରିଥିଲା। ଜବତ ବ୍ରାଉନ୍‌ସୁଗାର ଦାମ୍‌ ପ୍ରାୟ ଦୁଇ ଲକ୍ଷ ହେବ ବୋଲି କୁହାଯାଉଥିଲା। ଅତିରିକ୍ତ ଜିଲ୍ଲା ସେସନସ୍‌ ଜଜ୍‌ଙ୍କ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଆଜି ଏହି ରାୟ ଦେଇଛନ୍ତି। ସ୍ପେଶାଲ୍ ପି.ପି. ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe