କମର୍ଦ୍ଦାରୁ ପୁଣି ଜବତ ହେଲା ବ୍ରାଉନସୁଗାର, ୬ ଗିରଫ

ଝିଆରିର ନଗ୍ନ ଫଟୋ ଉଠାଇ ବିବାହ କରିବାକୁ ବ୍ଲାକମେଲ୍, ରସିକିଆ ପିଉସା ଗିରଫ

Image Courtesy of Zee News

କମର୍ଦ୍ଦା: ବାଲେଶ୍ବର ଜିଲ୍ଲା ର୍ଦ୍ଦା ପୁଲିସ ଦ୍ବାରା ଗତ ୬ ତାରିଖରେ କମର୍ଦ୍ଦା ବଜାରରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହେବାର ସପ୍ତାହେ ନପୂରୁଣୁ ପୁଣି ଗତ ୧୩ ତାରିଖରେ ନହରା ନିକଟରୁ ଦେଢ଼ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। କମର୍ଦ୍ଦା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ୫୭ ନମ୍ବର ରାଜ୍ୟ ରାଜପଥର ନହରା ପେଟ୍ରୋଲ ଟାଙ୍କି ନିକଟରୁ ବ୍ରାଉନସୁଗାର ଜବତ କରିବା ସହ ୬ ଜଣକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ଵର ଥାନା ପଥରପୁରା ଗ୍ରାମର ଇମାମୁଲ ସାହା(୬୦), ଫିରୋଜ ସାହା(୨୫), ନଛିମପୁର ପଞ୍ଚାୟତ ବେଲି ଗୋପୀନାଥପୁର ଗ୍ରାମର କାଳିଚରଣ ମହାନ୍ତି(୩୨), କମର୍ଦ୍ଦା ଥାନା ଅଧୀନସ୍ଥ କମର୍ଦ୍ଦାର ଗ୍ରିଲ ବ୍ୟବସାୟୀ  ଅମଲଦେବ ନାଥ(୩୫), ନହରା ପଞ୍ଚାୟତ ରାଉତ ମନ୍ଦାରୁଣୀ ଗ୍ରାମର ତପନ କୁମାର ଜେନା(୪୯) ଓ ଅରୁପ ଦାସ(୨୬)। ଏହି ଅଭିଯୁକ୍ତଙ୍କ ଠାରୁ ୧. ୦୩୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବୁଲେଟ ଓ ମୋବାଇଲ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କ ନାଁରେ ୧୯/୨୨ରେ ମାମଲା ରୁଜୁ ହୋଇଥିବା ବେଳେ କମର୍ଦ୍ଦା ଆଇଆଇସି ବିଶ୍ବଜ କୁମାର ରାଉତରାୟ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe