ବ୍ରାଉନସୁଗର ଧରପଗଡ଼ ମାମଲା: ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜପ୍ତ ପାଇଁ ଯୋଜନା କରୁଛି ପୁଲିସ

Advertisment
ବ୍ରାଉନସୁଗର ଧରପଗଡ଼ ମାମଲା: ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜପ୍ତ ପାଇଁ ଯୋଜନା କରୁଛି ପୁଲିସ

Odisha News In English

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ ହାତରେ ଧରାପଡ଼ିଥିବା ଏକ ବ୍ରାଉନସୁଗର ରାକେଟର ସଦସ୍ୟମାନଙ୍କ ସମ୍ପତ୍ତି ବ୍ୟାଜପ୍ତ ହେବ। ଏଥିପାଇଁ ବିଶେଷ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପୁଲିସ କହିଛି।  ସୂଚନାଯୋଗ୍ୟ, କିଛି ଦିନ ତଳେ  ରାଉରକେଲାରୁ  ସୁନ୍ଦରଗଡ଼କୁ  ବ୍ରାଉନସୁଗର ନେଇ ରାକେଟର କିଛି ସଦସ୍ୟ ଆସୁଥିବା ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ  ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସଆଇ ଡୋଳମଣି ନାଏକଙ୍କ ନେତୃତ୍ବରେ ପୁଲିସ  ଟିମ୍ ବିଜୁ ଏକ୍ସପ୍ରେସ ୱେରେ ଥିବା ହୋଟେଲ ଅନ୍ନପୂର୍ଣ୍ଣା ସମ୍ମୁଖରେ ଛକି ରହି  ବ୍ରାଉନସୁଗର ନେଇ ଯାଉଥିବା ଦୁଇ ବାଇକ୍ ଆରୋହୀ ରାଉରକେଲା ନାଲାରୋଡର ହାମସାଲା ୱାରସି ଓରଫ ରାଜୁ ଓ ମହମ୍ମଦ ଇରସାଦଙ୍କୁ କାବୁ କରିଥିଲା।

ସେମାନଙ୍କ ଠାରୁ ୩୯.୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ତେବେ ରାକେଟର ଅନ୍ୟ ୫ ଜଣ ସଦସ୍ୟଙ୍କୁ ଧରିବାକୁ ତନାଘନା ଚଲାଇଥିବା ପୁଲିସ ୧୦ ତାରିଖରେ  ୨  ଡ୍ରଗ୍ସ କ୍ରେତା ବଡ଼ପତ୍ରାପାଲିର ସୁଧାଂଶୁ ଶେଖର ଦାସ ଓ ସୁନ୍ଦରଗଡ଼ ସହରସ୍ଥିତ ପତ୍ରାପଡ଼ା ଢୁକୁପଡ଼ାର  ଜଣେ ମହିଳା ଅସମିନ ତାରା ଓରଫ୍ ରାନୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ରାନୀ ଗତବର୍ଷ ଡ୍ରଗ୍ସ କାରବାରେ ଗିରଫ ହୋଇ ଜେଲ୍ ଯାଇଥିଲା। ରାକେଟର ଅନ୍ୟ ୩ ସଦସ୍ୟଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏସ୍ଥିତିରେ ଅଭିଯୁକ୍ତମାନଙ୍କ ସମ୍ପତ୍ତି ବ୍ୟାଜପ୍ତ ପାଇଁ ଯୋଜନା  ନିଶା ବେପାରୀଙ୍କ ମୁଣ୍ଡରେ ଚଡ଼କ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe