ମୟୂରଭଞ୍ଜ ଜିଲ୍ଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ, ଜଣେ ଅଟକ

Advertisment
ମୟୂରଭଞ୍ଜ ଜିଲ୍ଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଭୁବନେଶ୍ବର: ଆଜି ପ୍ରାୟ ସାଢ଼େ ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଥିବାର ଖବର ମିଳିଛି। ଏନେଇ ପୁଲିସ ଡିଜି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ ଓ ଏହି ମାମଲାରେ ଜଣଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଅଟକ ରଖିଥିବା ଟୁଇଟ୍ କରି ସେ ସୂଚନା ଦେଇଛନ୍ତି।

ଏହାପରେ କ୍ରାଇମ୍ ବ୍ରାଞ୍ଚ ଏଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି। ଆଜି ସକାଳେ ଓଡ଼ିଶା ପୁଲିସର ଏସଟିଏଫ ମୟୂରଭଞ୍ଜର ଏକ ସ୍ଥାନରୁ ପ୍ରାୟ ୩.୨୮ କେଜି କେଜି ବ୍ରାଉନ ସୁଗାର ଜବତ କରିଛି ଏବଂ ଜଣଙ୍କୁ ଗିରଫ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ସାଢ଼େ ୩ କୋଟି ଟଙ୍କା ହେବ। ଏହା ଏସଟିଏଫର ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି ଏବଂ ଓଡ଼ିଶାରେ ବ୍ରାଉନ ସୁଗାର ଅଭିଯାନ ଜାରି ରହିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

publive-image image source--odisha bytes

୨୦୨୦ ମସିହାରେ ଏଯାଏଁ ୧୫ କେଜି ୬୪୮ ଗ୍ରାମ୍ ପରିମାଣର ବ୍ରାଉନ ସୁଗାର ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କ୍ରାଇମ୍ ବ୍ରାଞ୍ଚ ଏଏଡିଜି । ରାଜ୍ୟରୁ ଏହାର ମୂଳୋତ୍ପାଟନ ଏସଟିଏଫର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe