ଭୁବନେଶ୍ୱରରେ ୧କିଲୋ ୧୭୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଉତ୍ତର ଓଡ଼ିଶା ନିୟନ୍ତ୍ରଣରେ ଧଳାଜହର କାରବାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରେ ଚଢଉ କରିଥିଲେ। ଘଟଣାସ୍ଥଳରୁ ୧ କିଲୋଗ୍ରାମ୍ ୧୭୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ଏହି ମାମଲାରେ ଏସଟିଏଫ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଆଁ ସେକ୍ ହାସିମ୍ ବକ୍ସ। ତାର ଘର ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଥାନା ଅନ୍ତର୍ଗତ ଶେଖପାଳ ଝାଡ଼େଶ୍ବରପୁର ଗ୍ରାମରେ ବୋଲି ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ୨୨ କିଲୋଗ୍ରାମ୍ ୧୬୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯିବା ସହ ୪୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe