ନୟାଗଡ଼ରୁ ପୁଣି ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Advertisment
ନୟାଗଡ଼ରୁ ପୁଣି ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନୟାଗଡ଼: କିଛି ଦିନର ବ୍ୟବଧାନ ପରେ ନୟାଗଡ଼ରୁ ପୁଣି ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ପରିମାଣ ୧୫ ଗ୍ରାମ୍, ଯାହାର ଦାମ୍ ଦେଢ଼ ଲକ୍ଷ ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତର ନାମ ନିରଞ୍ଜନ ମହାରଣା। ଟାଉନ ଥାନା ଅଧିନସ୍ଥ ସିନ୍ଦୁରିଆ ଅଞ୍ଚଳରେ ତାର ଘର। ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍ ଚଢ଼ାଉ କରି ନିରଞ୍ଜନଙ୍କୁ ତାଙ୍କ ଘର ନିକଟରୁ ଧରିଥିଲା।

publive-image

ବ୍ରାଉନ ସୁଗାର ସମେତ ନିରଞ୍ଜନ ନିକଟରୁ ୧୫ଟି ଚୋରା ମୋବାଇଲ ଜବତ କରାଯାଇଛି। ନିରଞ୍ଜନର ଏହି କାରବାର ସମ୍ପର୍କରେ ଅବକାରୀ ବିଭାଗ ଅଧିକ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe