ହୋମ ଡେଲିଭରି ବେଳେ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

Advertisment
ହୋମ ଡେଲିଭରି ବେଳେ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଅନଲାଇନରେ ମଦ ଏବେ ରାଜ୍ୟରେ ଆରମ୍ଭ ହୋଇଯାଇଛି | ସ୍ବୀଗି ଓ ଜୋମାଟୋ ଘରେ ମଦ ପହଂଚିବାକୁ ସରକାର ଅନୁମତି ଦେଇଥିବାବେଳେ ଏବେ ଘରେ ବ୍ରାଉନସୁଗାର ଡେଲିଭରି କରାଯାଉଥିବାବେଳେ ଧରିଛି ପୁଲିସ । ଖୋର୍ଦ୍ଧା ଅଂଚଳରେ ବ୍ରାଉନସୁଗାର ହୋମ ଡେଲିଭରି ବେଳେ ଅବକାରୀ ବିଭାଗ ଚଢ଼ାଉ କରିଛି | ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ।

publive-image

ଏହି ଘଟଣାରେ ସେକ ଫରିଦ ନାମକ ଜଣେ ଯୁବକକୁ ଅବକାରୀ ବିଭାଗ ଗିରଫ କରିଛି | ଏହି ଯୁବକ ନିକଟରୁ ଏକ ପିସ୍ତଲ ମଧ୍ୟ ଜବତ କରାଯାଇଛି | ଲକଡାଉନରେ ବ୍ରାଉନସୁଗାର ହୋମ ଡେଲିଭରି କରୁଥିବା ବାବଦରେ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା |

publive-image

ଏହା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ଫରିଦକୁ ଗିରଫ କରାଯାଇଛି | ତେବେ ଏହି ଚୋରା ବ୍ରାଉନସୁଗାର ରାକେଟ ପଛରେ କାହାର ହାତ ରହିଛି ତାହା ବର୍ତ୍ତମାନ ତଦନ୍ତ କରାଯାଉଥିବାବେଳେ ଅବୈଧ ନିଶା କାରବାର ହୋମ ଡେଲିଭରିକୁ ନେଇ ଚର୍ଚ୍ଚା ଜୋର ଧରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe