ଖୋର୍ଦ୍ଧା ବାଇପାସ୍ ନିକଟରୁ ୧ କେଜି ୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ବାଇପାସ୍ ନିକଟରୁ ୧ କେଜି ୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଏସଟିଏଫ୍ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଏସଟିଏଫ୍ ଖୋର୍ଦ୍ଧା ବାଇପାସ୍ ନିକଟ ଜାତୀୟ ରାଜପଥରେ ଚଢ଼ାଉ କରି ୧ କେଜି ୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଏଥି ସହ ଅଭିଯୁକ୍ତ ସେକ୍ ଅନୱାରକୁ ବି ଏସଟିଏଫ୍ ଗିରଫ କରିଛି। ତା’ଠାରୁ ଏକ ବାଇକ୍ (ଓଡି-୦୨-ଡବ୍ଲୁ ୨୨୬୪) ମଧ୍ୟ ଜବତ ହୋଇଛି।

publive-image

ଅଭିଯୁକ୍ତ ସେକ୍ ଅନୱାର ଓରଫ ପିଣ୍ଟୁ ହେଉଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ମୁସଲିମ ସାହିର ବାସିନ୍ଦା ସେକ୍ ତବୀରଙ୍କ ପୁଅ। ତା’ ବିରୁଦ୍ଧରେ ଏନଡିପିଏସ୍ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ଆଜି ସେକ୍ ଅନୱାରକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe