ସାଢ଼େ ୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ମହିଳା ଗିରଫ

Advertisment
ସାଢ଼େ ୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ମହିଳା ଗିରଫ

ବାଲେଶ୍ବର: ସହଦେବଖୁଣ୍ଟା ଥାନା ପୁଲିସ ଦୁଇ ଜଣ ମହିଳା ବ୍ରାଉନ୍‌ସୁଗାର ବ୍ୟବସାୟୀକୁ ଗିରଫ କରିଛି। ସେମାନେ ହେଲା ଅରଡ଼ବଜାର ଅଞ୍ଚଳର ରୋଜିନା ବିବି(୩୦) ଓ ଶ୍ବେଲେହା ବିବି(୫୯)। ପୁଲିସ ଉଭୟଙ୍କଠାରୁ ୮୬ ଗ୍ରାମ ବ୍ରାଉନ୍‌ସୁଗାର ଓ ୧୮ହଜାର ୭ଶହ ଟଙ୍କା ଜବତ କରିଛି। ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ପାଖାପାଖି ସାଢ଼େ ୮ଲକ୍ଷ ଟଙ୍କା ହେବ।

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ଉଭୟ ଗ୍ରାହକଙ୍କୁ ବ୍ରାଉନ୍‌ସୁଗାର ଦେବା ପାଇଁ ଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ କ୍ରାଇମ୍‌ ଡିଏସ୍‌ପି ମନୋଜ୍‌ ରାଉତଙ୍କ ନେତୃତ୍ବରେ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲ୍ଲେଇ,ଏସ୍‌ଆଇ ସୂଚେନ୍ଦ୍ର ମହାଳିକ, ବିରଞ୍ଚି ସାହୁ ଏବଂ ମହିଳା ପୁଲିସର ଏକ ଟିମ୍‌ ଅପରେସନ୍‌ରେ ବାହାରି ଯାଇଥିଲେ। ଅରଡ଼ବଜାର ନିକଟରେ ପୁଲିସ ଗାଡ଼ି ଦେଖି ଦୁଇ ମହିଳା ଦୌଡ଼ିଥିଲେ। ଆଉ ଏହାପରେ ସେଠାରୁ ଫେରାର୍‌ ଉଦ୍ୟମ କରିଥିଲା। ସନ୍ଦେହ ହେବାରୁ ପୁଲିସ ତାକୁ ପିଛା କରି କାବୁ କରିଥିଲା। ଯାଞ୍ଚ ‌ବେଳେ ପୁଲିସ ରୋଜିନାଙ୍କ ଠାରୁ ୪୧ଗ୍ରାମ ବ୍ରାଉନ୍‌ସୁଗାର ଓ ୯ହଜାର ୩ଶହ ଟଙ୍କା ଏବଂ ‌‌‌ଶ୍ବେଲେହାଙ୍କ ଠାରୁ ୪୬ ଗ୍ରମା ବ୍ରାଉନ୍‌ସୁଗାର ଓ ୯ହଜାର ୪ଶହ ଟଙ୍କା ଜବତ କରିଥିଲା। ଥାନାକୁ ଆଣି ପଚରା ଉଚରା ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe