ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଖୋର୍ଦ୍ଧା ସହରରୁ ଆଜି ୫ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବ୍ରାଉନ୍ସୁଗାର ଜବତ କରାଯିବା ସହ ଜଣକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।
ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ ଆଜି ସକାଳେ ସୂଚନା ପାଇ ଅବକାରୀ ବିଭାଗର ଏକ ଟିମ୍ ସହଯୋଗ ହସ୍ପିଟାଲ୍ ନିକଟରେ ଚଢ଼ଉ କରିଥିଲେ । ଚଢ଼ଉରେ ଖୋର୍ଦ୍ଧା ମଙ୍ଗଳା ନଗରର ବ୍ରଜ କିଶୋର ପଟ୍ଟନାୟକ (୫୦)ଙ୍କ ନିକଟରୁ ୫୧ ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୧୦ହଜାର ଟଙ୍କା ହେବ । ଏହାସହ ସେ ବ୍ରାଉନସୁଗାର କାରବାରରେ ବ୍ୟବହାର କରିଥିବା ଏକ ମୋଟର ସାଇକଲଟିଏ ମଧ୍ୟ ଜବତ କରାଯାଇଛି । ଏନେଇ ବେଆଇନ ନିଶା କାରବାର ଆଇନରେ ୮୯/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ, ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍ର ଇନସପେକ୍ଟର ରାଜଶେଖର ସ୍ୱାଇଁ, ଏସ୍ଆଇ ବି ମନୋଜ କୁମାରଙ୍କ ସହ ଖୋର୍ଦ୍ଧା, ବେଗୁନିଆର ଅବକାରୀ କର୍ମଚାରୀ ଯୋଗ ଦେଇଥିଲେ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/11/Khordha-Excise-Borwnsugar-Case-1.jpeg)