ଥାନା ସମ୍ମୁଖ ହାଟରେ ଧଳାଜହର କାରବାର: ଜଳେଶ୍ବର ପଥରପୁରା ଗାଁର ମିର୍‌ ସିଦ୍ଦିକ୍‌ ଗିରଫ

Advertisment

ଫ୍ରିଜ୍‌ ତଳେ ଥିଲା ୬ଲକ୍ଷ ୮୦ ହଜାରର ବ୍ରାଉନସୁଗାର

ଫ୍ରିଜ୍‌ ତଳେ ଥିଲା ୬ଲକ୍ଷ ୮୦ ହଜାରର ବ୍ରାଉନସୁଗାର

୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

ବାଲେଶ୍ବର/ଓଲମରା: ଧଳାଜହର କାରବାରର ପେଣ୍ଠ କୁହାଯାଉଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଥାନା ଅଞ୍ଚଳରୁ ଆଜି ପୁଣି ବ୍ରାଉନସୁଗାର ଜବତ ହୋଇଛି। ନଗଦ ୨ ଲକ୍ଷ ୨୨ ହଜାର ଟଙ୍କା ସହ ୬୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ପଥରପୁରା ହାଟର ମଡ଼ିଆ ଓରଫ୍‌ ମିର୍‌ ସିଦ୍ଦିକ(୪୮)କୁ ଗିରଫ କରାଯାଇଛି।

ଜଳେଶ୍ବର ଥାନା ସମ୍ମୁଖ ପଥରପୁରା ହାଟରେ ଅଭିଯୁକ୍ତ ମିର୍‌ ସିଦ୍ଦିକ୍‌ର ଘର। ‌ସେ ବ୍ରାଉନସୁଗାର କାରବାର କରୁଥିବା ଖବର ଆଜି ଭୋର୍ ସମୟରେ ଜଳେଶ୍ବର ପୁଲିସକୁ ସୂଚନା ଆସିଥିଲା। କାଳବିଳମ୍ବ ନକରି ଭୋର ପ୍ରାୟ ସାଢ଼େ ୫ଟା ବେଳେ ଆଇଆଇସି ମାନସ କୁମାର ଦେଓଙ୍କ ନେତୃତ୍ବରେ ଏକ ଟିମ୍‌ ମିର୍‌ ସିଦ୍ଦିକ୍‌ର ଘରେ ଚଢ଼ାଉ କରିଥିଲେ। ପୁଲିସ ହାତରେ ସେ ଧରା ପଡ଼ିଯାଇଥିବାବେଳେ ତାର ଫ୍ରିଜ୍‌ ତ‌ଳୁ ବ୍ରାଉନସୁଗାର ପୁଡ଼ିଆ ଜବତ କରାଯାଇଥିଲା। ଏଥିସହ ତା ନିକଟରୁ ନଗଦ ୨ ଲକ୍ଷ ୨୨ ହଜାର ଟଙ୍କା ମଧ୍ୟ ଜବତ କରିଥିଲା ପୁଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କା ହେବ। ମିର୍ ସିଦ୍ଦିକ ବିରୋଧରେ ୩୭୬/୨ରେ ମାମଲା ରୁଜୁ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ଦେଓ କହିଛନ୍ତି।

ସୂଚନାଥାଉକି, ବାଲେଶ୍ୱର ସହରର ଅରଡ଼ବଜାର ପରେ ଜଳେଶ୍ୱର ଏହି ମାରାତ୍ମକ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ବାଂଲାଦେଶରୁ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟ ଦେଇ ବାଲେଶ୍ବରର ଜଳେଶ୍ବର ଦେଇ ସାରା ଓଡ଼ିଶାକୁ ଲମ୍ବିଛି ଏହାର ଚେର। ଗତ ୧୩ ତାରିଖରେ ସହଦେବଖୁଣ୍ଟା ଥାନା ପୁଲିସ ଅରଡ଼ବଜାର ସ୍ଥିତ ମସଜିଦଗଳିରେ ଚଢ଼ାଉ କରି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ପରେ ୧୭ ତାରିଖରେ ପୁଣି ସେହିଠାରୁ ୮୫ ଗ୍ରାମର ବ୍ରାଉନସୁଗାର ଜବତ କରି ୨ ମହିଳା ବେପାରୀଙ୍କୁ ଗିରଫ କରାଯାଇଥିଲା। ତେବେ ଗୋଟିଏ ଦିନ ନଯାଉଣୁ ଅାଜି ପୁଣି ଜଳେଶ୍ୱର ପୁଲିସ ପଥରପୁରହାଟରୁ ୬୮ଗ୍ରାମର ବ୍ରାଉନସୁଗାର ଜବତ କରିବା ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe