ପୂର୍ବତନ କୃଷି ନିର୍ଦ୍ଦେଶକ ବୃନ୍ଦାବନ ମିଶ୍ରଙ୍କ ପରଲୋକ

Advertisment
ପୂର୍ବତନ କୃଷି ନିର୍ଦ୍ଦେଶକ ବୃନ୍ଦାବନ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ କୃଷି ନିର୍ଦ୍ଦେଶକ ବୃନ୍ଦାବନ ମିଶ୍ରଙ୍କର ଗତ ୧୨ତାରିଖରେ ବୌଦ୍ଧ ଜିଲ୍ଲାର ବୁଢ଼ାପଡ଼ିଆ ଗ୍ରାମରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ସ୍ୱର୍ଣ୍ଣଲତା ମିଶ୍ର, ପୁଅ ରୁଦ୍ର ପ୍ରସାଦ ଏବଂ ତିନି ଝିଅ ଉପସ୍ଥିତ ଥିଲେ। ଗ୍ରାମ ମଶାଣିରେ ସ୍ୱର୍ଗତ ମିଶ୍ରଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଜିଲ୍ଲା କୃଷି ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ସ୍ୱର୍ଗତ ମିଶ୍ର ପଶ୍ଚିମ ଓଡ଼ିଶାରେ ସବୁଜ ବିପ୍ଳବ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନର ବୌଦ୍ଧ ଜିଲ୍ଲାରୁ ମାଟ୍ରିକରେ ପ୍ରଥମ ସ୍ଥାନ ହାସଲ କରିବାରେ ସେ ପ୍ରଥମ ଛାତ୍ର ଥିଲେ। ଏହାପରେ ରେଭେନ୍ସାରୁ +୨ ଓ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ପରେ କୋଲକତା ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ସ୍ନାତକୋତ୍ତର କରିବା ସମୟରେ ବ୍ରିଟିସ୍‌ ସ୍କଲାରସିପ୍‌ ପାଇ ସେ େଓ୍ଵଲ୍ସ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇଥିଲେ। ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର ଅବସର ପରେ ନିଜ ଗ୍ରାମରେ ରହୁଥିଲେ। ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ ବ୍ୟବସ୍ଥା ଉନ୍ନତି ପାଇଁ ବହୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe